Image Courtesy of Yahoo News
ନୂଆଦିଲ୍ଲୀ: ପୁଣେସ୍ଥିତ ଏକମାତ୍ର ଲ୍ୟାବ୍ରେ ୨୦୨୦ ଜାନୁଆରିରେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ଲାଗି ଗୋଟିଏ ନମୁନା ପରୀକ୍ଷା ଆରମ୍ଭ କରିଥିବା ଭାରତ ଆଜିସୁଦ୍ଧା ୩. ୫ କୋଟିରୁ ଅଧିକ ନମୁନା ପରୀକ୍ଷା କରିସାରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିଲିଜ୍ରୁ ଜଣାପଡ଼ିଛି।
ଗତ ଛଅ ଦିନ ହେବ ଦେଶରେ ଦୈନିକ ଲଗାତାର ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି। ଗତ ୨୪ ଘଣ୍ଟାରେ କରାଯାଇଥିବା ୮, ୦୧, ୧୪୭ଟି କୋଭିଡ୍-୧୯ ପରୀକ୍ଷାକୁ ମିଶାଇ ଆଜି ସମୁଦାୟ ପରୀକ୍ଷା ସଂଖ୍ୟା ୩, ୫୨, ୯୨, ୨୨୦ରେ ପହଞ୍ଚିଛି।
Image Courtesy of National Heraldଦୈନିକ ନମୁନା ପରୀକ୍ଷା ବୃଦ୍ଧି ପାଉଥିବାରୁ ହାରାହାରି ପଜିଟିଭ୍ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ‘ଟେଷ୍ଟ୍, ଟ୍ରାକ୍, ଟ୍ରିଟ୍’ ନୀତି ଉପରେ ଧ୍ୟାନ ଦିଆଯାଉ ଥିବାରୁ ଆଜି ଟେଷ୍ଟ୍ ପର୍ ମିଲିୟନ୍ ୨୫, ୫୭୪ରେ ପହଞ୍ଚିଛି। ଏଥିସହ ଦେଶରେ ପରୀକ୍ଷା ନିମନ୍ତେ ଲ୍ୟାବ୍ ନେଟ୍ୱାର୍କ ମଧ୍ୟ ସମ୍ପ୍ରସାରିତ ହେବାରେ ଲାଗିଛି। ଆଜି ସରକାରୀ ସେକ୍ଟର୍ରେ ୯୮୩ଟି ଲ୍ୟାବ୍ରେ ନମୁନା ପରୀକ୍ଷା ଚାଲିଥିବା ବେଳେ ୧୫୧୫ଟି ଘରୋଇ ଲ୍ୟାବ୍ରେ ମଧ୍ୟ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି।
Follow Us