ଅସ୍ଥି ବିସର୍ଜନ କରିବାକୁ ଯାଇଥିବା ବେଳେ ବୁଡ଼ିଗଲେ ୯ଜଣ; ଏକାସାଙ୍ଗରେ ଆଖିବୁଜିଲେ ବାପ ଓ ପୁଅ

ଅସ୍ଥି ବିସର୍ଜନ କରିବାକୁ ଯାଇଥିବା ବେଳେ ଗଙ୍ଗା ନଦୀରେ ୯ଜଣ ବୁଡ଼ି ଯାଉଥିବା ବେଳେ ୬ଜଣ ହେଲେ ଉଦ୍ଧାର। ବାକି ୩ଜଣଙ୍କ ଘଟଣାସ୍ଥଳରେ ହୋଇଥିଲା ମୃତ୍ୟୁ। ମୃତକଙ୍କ ମଧ୍ୟରେ ବାପ ଓ ପୁଅ ବି ଅଛନ୍ତି।

ିକନସଦ୍ୗଦଯଯ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଅସ୍ଥି ବିସର୍ଜନ କରିବାକୁ ଯାଇଥିବା ବେଳେ ଗଙ୍ଗା ନଦୀରେ ୯ଜଣ ବୁଡ଼ି ଯାଇଥିଲେ।  ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାକି ଅନ୍ୟ ୬ଜଣଙ୍କୁ ସୁରକ୍ଷିତ ଭାବେ ନଦୀ ଭିତରୁ ଉଦ୍ଧାର କରାଯାଇଛି।

ପୁଲିସ ମୃତଦେହଗୁଡ଼ିକୁ ଜବତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଏହି ଦୁର୍ଘଟଣା ପରେ ଘାଟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୮.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆମେଠି ଜିଲ୍ଲାର ଗୌରୀଗଞ୍ଜ ଥାନା ଅଞ୍ଚଳର ପାଲପୁର ଗାଁର ବାସିନ୍ଦା ରାମକିଶୋର କୌଶଲଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିଲା। ମୃତ୍ୟୁପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଅନ୍ତିମ ସଂସ୍କାର ପରେ ପରିବାର ସଦସ୍ୟମାନେ ରବିବାର ଦିନ ଗଙ୍ଗା ନଦୀରେ ରାମକିଶୋର କୌଶଲଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଡଲମଉର ଭିଆଇପି ଘାଟରେ ପହଞ୍ଚିଥିଲେ। ନଦୀରେ ଅସ୍ଥି ବିସର୍ଜନ କରୁଥିବା ସମୟରେ ଜଣେ ୧୨ବର୍ଷର ବାଳକ ନଦୀରେ ବୁଡ଼ି ଯାଉଥିଲା। ଉକ୍ତ ବାଳକକୁ ବଞ୍ଚାଇବା ପାଇଁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଜଣକ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ। ବାଳକକୁ ଉଦ୍ଧାର କରିବା ସମୟରେ ରାମକିଶୋରଙ୍କ ପରିବାର ୯ଜଣ ସଦସ୍ୟ ଗଙ୍ଗା ନଦୀରେ ବୁଡ଼ି ଯାଉଥିଲେ।  

ଗଙ୍ଗା ନଦୀରେ ଲୋକମାନଙ୍କୁ ବୁଡ଼ି ଯାଉଥିବା ଦେଖି, ଘାଟରେ ଉପସ୍ଥିତ ଥିବା ନାବିକମାନେ ତୁରନ୍ତ ନଦୀକୁ ଡେଇଁ ପଡ଼ି ବୁଡ଼ିଯାଉଥିବା ଲୋକଙ୍କୁ ବଞ୍ଚାଇବା ଆରମ୍ଭ କରିଥିଲେ। ଏହି ସମୟରେ ସୌଭାଗ୍ୟବଶତଃ ଛଅଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା  । ମୃତକମାନେ ହେଲେ ଆର୍ଯ୍ୟନ, ବାଲଚାନ୍ଦ ଏବଂ ଚାନ୍ଦ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe