ଟ୍ରମ୍ପ୍ ଇରାନକୁ ଚେତାବନୀ ଦେବା ପରେ ଇରାକର ଆମେରିକୀୟ ଘାଟି ଉପରେ ବଡ଼ ଆକ୍ରମଣ

ଇରାକରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଇରାନ କିମ୍ବା ଏହାର ସମର୍ଥିତ ଗୋଷ୍ଠୀଗୁଡ଼ିକ ଉପରେ ସନ୍ଦେହ କରାଯାଉଛି। ଏହି ଘଟଣା ଏକ ଆଞ୍ଚଳିକ ଯୁଦ୍ଧର ଆଶଙ୍କା ବୃଦ୍ଧି କରିଛି...

Major attack on US base in Iraq after Trump warns Iran

Major attack on US base in Iraq after Trump warns Iran Photograph: (sambad.in)

ବାଗଦାଦ୍: ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ, ଇରାକରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଏକ ଡ୍ରୋନ୍ ଆକ୍ରମଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ଇରାକର ଆମେରିକୀୟ ସାମରିକ ଘାଟି ଆଇନ୍ ଅଲ୍-ଆସଦ୍ ଉପରେ ତିନୋଟି ଡ୍ରୋନ୍ ମାଡ଼ କରାଯାଇଛି। ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ସମସ୍ତ ଡ୍ରୋନ୍‌କୁ ସଫଳତାର ସହ  ନିଷ୍କ୍ରିୟ କରାଯାଇଛି।

ଏହି ଆକ୍ରମଣ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଏହି ଅଞ୍ଚଳରେ ଥିବା  ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଏ, ତେବେ ପରିଣାମ ବହୁତ ଖରାପ ହେବ। ତଥାପି, ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଏହି ଡ୍ରୋନ୍ ଇରାନରୁ ଆସିଛି ନା ଇରାକରେ ଉପସ୍ଥିତ କୌଣସି ମିଲିସିଆ ଗୋଷ୍ଠୀ ଏହି ଆକ୍ରମଣ କରିଛି।

ଏହା ପ୍ରଥମ ଥର ନୁହେଁ ଯେ, ପୂର୍ବରୁ ସିଆ ମିଲିସିଆ ଗୋଷ୍ଠୀଗୁଡ଼ିକ ଇରାକରେ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିଛନ୍ତି। କିନ୍ତୁ ଇସ୍ରାଏଲ-ଇରାନ ଉତ୍ତେଜନା ସମୟରେ ଏପରି ଆକ୍ରମଣ ଏହି ଅଞ୍ଚଳରେ ଯୁଦ୍ଧ ବ୍ୟାପିବାର ଆଶଙ୍କା ବଢ଼ାଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି, ଇରାନ ଉପରେ ହୋଇଥିବା ଆକ୍ରମଣରେ ଆମେରିକାର କୌଣସି ସମ୍ପର୍କ ନାହିଁ। ଯଦି ଆମ ଉପରେ ଇରାନ କୌଣସି ପ୍ରକାରେ ଆକ୍ରମଣ କରେ, ତେବେ ଆମେରିକା ପୂର୍ବରୁ କେବେ ଦେଖାଯାଇ ନଥିବା ସଶସ୍ତ୍ର ବାହିନୀର ପୂର୍ଣ୍ଣ ଶକ୍ତି ଏବଂ ଶକ୍ତି ସହିତ ଆକ୍ରମଣ କରିବ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରବିବାର ବିବୃତି ଦେବା ପରେ ଏହି ପୋଷ୍ଟ ଆସିଛି । 

ଅଧିକ ପଢ଼ନ୍ତୁ:  ବିସ୍ଫୋରକ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍

ଯାହା ସ୍ପଷ୍ଟ କରିଛି ଇରାନ ଶାସନର ପରମାଣୁ ଅସ୍ତ୍ର ପ୍ରକଳ୍ପ ସହିତ ଜଡିତ ତେହେରାନରେ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣର ଏକ ସିରିଜ୍ ସମାପ୍ତ କରିଛି।

ପୂର୍ବରୁ ଇରାନ ଧମକ ଦେଇଥିଲା ଯେ, ଯଦି ଇସ୍ରାଏଲକୁ ଆକ୍ରମଣ କରିବା ପାଇଁ ଏହି ଅଞ୍ଚଳରେ ଥିବା ଆମେରିକୀୟ ଘାଟିଗୁଡ଼ିକ ସାହାଯ୍ୟ କରନ୍ତି, ତେବେ ଇରାନ ଇସ୍ରାଏଲ ସହିତ ସେହି ଘାଟିଗୁଡ଼ିକୁ ଟାର୍ଗେଟ କରିବ। ଏହା ପରେ ଏହି ଯୁଦ୍ଧ ସମଗ୍ର ଅଞ୍ଚଳରେ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ୪ମାସ ପୂର୍ବରୁ ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ପାଇଥିବା ପାଇଲଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ହେଲା ମୃତ୍ୟୁ

israel | Israel Iran War | USA | Iraq 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe