ମୁମ୍ବାଇର ଖୈରାନି ରୋଡ୍‌ ଦୋକାନରେ ଅଗ୍ନିକାଣ୍ଡ; ୧୨ ମୃତ

Advertisment
ମୁମ୍ବାଇର ଖୈରାନି ରୋଡ୍‌ ଦୋକାନରେ ଅଗ୍ନିକାଣ୍ଡ; ୧୨ ମୃତ

Image Courtesy of Zee News

ମୁମ୍ବାଇ: ସୋମବାର ପ୍ରତ୍ୟୁଷରେ ମୁମ୍ବାଇର ଖୈରାନି ରୋଡ୍‌ରେ ଥିବା ଏକ ଦୋକାନରେ ନିଅାଁ ଲାଗି ଯିବାରୁ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଖୈରାନି ରୋଡ୍‌ର ନମ୍‌କିନ୍‌ବାଲା ଭାନୁ ଫାର୍ସାନଙ୍କ ଦୋକାନରେ ନିଅାଁ ଲାଗିଥିଲା।

ରାତି ପ୍ରାୟ ୪ ଟା ୨୫ ମିନିଟ୍‌ ସମୟରେ ଖୈରାନି ରୋଡ୍‌ର ମକାରିଆ ପରିସରରେ ଥିବା ଦୋକାନରେ ନିଅାଁ ଲାଗିବା ଫଳରେ ଦୋକାନ ଘର ଭାଙ୍ଗି ପଡ଼ିଥିବା କଥା ବୃହନମୁମ୍ବାଇ ମ୍ୟୁନିସପାଲ୍‌ କର୍ପୋରେସନ୍‌ର ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ସେଲ୍‌ କହିଛି।

ସାକିନାକା ଥାନାର ସିନିଅର୍‌ ସବ୍‌ଇନ୍‌ପେକ୍ଟର୍‌ ଏ ଧର୍ମଅଧିକାରୀ କହନ୍ତି, ନିଅାଁ ଲିଭାଇବାକୁ ପ୍ରାୟ ୨୫ଟି ଦମକଳ ମୁତୟନ କରାଯାଇଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ।

ଦୋକାନ ଭିତରେ ଶୋଇଥିବା ଲୋକେ ପ୍ରାଣ ହରାଇଥିବାବେଳେ ଦୋକାନ ବାହାରେ ଶୋଇଥିବା ଲୋକେ ରକ୍ଷା ପାଇ ଯାଇଛନ୍ତି। ୧୨ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଛନ୍ତି।

ନିଅାଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe