ମୁମ୍ବାଇ କଞ୍ଜୁରମାର୍ଗରେ ଥିବା କୋଠାରେ ଲାଗିଲା ନିଆଁ, ଭାଇରାଲ ହେଉଛି ଭିଡିଓ

Advertisment
ମୁମ୍ବାଇ କଞ୍ଜୁରମାର୍ଗରେ ଥିବା କୋଠାରେ ଲାଗିଲା ନିଆଁ, ଭାଇରାଲ ହେଉଛି ଭିଡିଓ

abplive

ମୁମ୍ବାଇ: ମୁମ୍ବାଇ କଞ୍ଜୁରମାର୍ଗରେ ଥିବା କୋଠାରେ ଲାଗିଲା ନିଆଁ। ମୁମ୍ବାଇରେ ଥବା କଞ୍ଜୁରମାର୍ଗର ଏନଜି ରୟାଲ ପାର୍କ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ହଠାତ କଞ୍ଜୁରମାର୍ଗର ଏନଜି ରୟାଲ ପାର୍କ ଅଞ୍ଚଳରେ ଥିବା ଏକ କୋଠାର ୧୦ମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୮ଟି ଗାଡ଼ି ପହଞ୍ଚିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ସୂଚନା ମିଳିନାହିଁ।

ତେବେ କୋଠାର ୧୦ମ ମହଲାରେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସ୍ପଷ୍ଟ ଦେଖଯାଇପାରୁଛି ଯେ, ନିଆଁ ଲାଗିଥିବା ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ନିଆଁ ଲାଗିବା ସମୟରେ ଘରେ କେହି ଉପସ୍ଥିତ ଥିଲେକି ନାହିଁ, ତାହା ଜଣାପଡ଼ିନାହିଁ। ଏବେ ନିଆଁଲିଭା କାର୍ଯ୍ୟ ଚାଲୁଥିବା ବେଳେ ନିଆଁ ଲିଭାଯିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯିବ। ଏହା ପରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିପାରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe