Representational photo NDTV
ନୂଆଦିଲ୍ଲୀ: ଜନୈକା ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ସେନା ବାହିନୀର ଜଣେ ମେଜର ଜେନେରାଲଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୌନ ନିର୍ଯାତନା ଦେବା ଘଟଣାରେ ସଂପୃକ୍ତ ମେଜର ଜେନେରାଲ କୋର୍ଟ ମାର୍ଶାଲ ହୋଇ ଦୋଷୀ ସାବ୍ୟସ୍ତ ହେବାପରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍ ଆଜି ତାଙ୍କୁ ସେନା ବାହିନୀରୁ ବହିଷ୍କୃତ କରିଦେବା ସହ ତାଙ୍କର ଅବସରକାଳୀନ ପେନ୍ସନ୍ ଓ ଅନ୍ୟାନ୍ୟ ଭତ୍ତାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ସେନା ବାହିନୀର ଆସାମ ରାଇଫଲ୍ରେ ମେଜର ଜେନେରାଲ ରୂପେ ନିଯୁକ୍ତ ଥିବା ଆର୍ ଏସ୍ ଜୟସ୍ଓ୍ଵାଲ ୨୦୧୬ ମସିହାରେ ସେନା ବାହିନୀର ପଶ୍ଚିମ କମାଣ୍ଡ ଅନ୍ତର୍ଗତ ଚଣ୍ଡୀମନ୍ଦିର ଅଞ୍ଚଳରେ ଅବସ୍ଥାପିତ ଥିବା କାଳରେ ସେଠାରେ କ୍ୟାପ୍ଟେନ୍ ର୍ୟାଙ୍କ୍ରେ କାର୍ଯ୍ୟ କରୁଥିବା ତାଙ୍କର ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସଂପର୍କରେ ମହିଳା କ୍ୟାପ୍ଟେନ୍ ଜଣଙ୍କ ସେନାର ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲାପରେ ମେଜର ଜେନେରାଲ ଆର୍ ଏସ୍ ଜୟସ୍ଓ୍ଵାଲଙ୍କର କୋର୍ଟ ମାର୍ଶାଲ କରା ଯାଇଥିଲା। କୋର୍ଟ ମାର୍ଶଲ କାଳରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
Representational photo NDTVଏହାପରେ ଆଜି ତାଙ୍କ ପ୍ରତି ଦଣ୍ଡବିଧାନ ଘୋଷଣା କରି ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍ ତାଙ୍କୁ ସେନା ବାହିନୀରୁ ବହିଷ୍କୃତ କରିଦେବା ସହ ତାଙ୍କର ଅବସରକାଳୀନ ପେନ୍ସନ୍ ଓ ଅନ୍ୟାନ୍ୟ ଭତ୍ତାକୁ ମଧ୍ୟ ବନ୍ଦ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Follow Us