ମହାକୁମ୍ଭରେ ଗଙ୍ଗା ସ୍ନାନ ପରେ ଘରକୁ ଫେରି ପାରିଲେନାହିଁ ପରିବାର; ଅଧାବାଟରୁ ଟାଣି ନେଇଗଲା ଯମ

ମହାକୁମ୍ଭରେ ଗଙ୍ଗାସ୍ନାନ ପରେ ହସଖୁସିରେ ଘରକୁ ଫେରୁଥିବା ବେଳେ କଣ୍ଟେନର ଟ୍ରକର ପଛପାର୍ଶ୍ବରୁ ପିଟି ହେଲା କାର। ଘଟଣାସ୍ଥଳରେ ଉଡ଼ିଗଲା ପୁରା ପରିବାର ସଦସ୍ୟଙ୍କ ଜୀବନ।

ଦନବପଦ

ନୂଆଦିଲ୍ଲୀ: ବିହାରର ଆରାର ଭୋଜପୁରର ଜଗଦୀଶପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଘଟିଛି। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ମହାକୁମ୍ଭରୁ ସ୍ନାନସାରି ଘରକୁ ଫେରୁଥିଲେ। କିନ୍ତୁ ଅଧାବାଟରୁ ହିଁ ଯମ ପୁରା ପରିବାରକୁ ଟାଣି ନେଇ ଯାଇଛି।   

ସ୍ଥାନୀୟଲୋକଙ୍କ କହିବାନୁସାରେ,  କାରଟି ଦ୍ରୁତ ଗତିରେ ଆସୁଥିଲା। କଣ୍ଟେନର ଟ୍ରକଟି ପୂର୍ବରୁ ଆରା-ମୋହନିଆ ଚାରି ଲେନରେ ଠିଆ ହୋଇଥିଲା। ପଛରୁ ଆସୁଥିବା କାରଟି କଣ୍ଟେନରକୁ ଧକ୍କା ଦେଇ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। 

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନେ ଏକ ବଲେନୋ କାରରେ ଯାତ୍ରା କରୁଥିଲେ। ମୃ୍ତକମାନେ ପାଟନାର ନୂତନ ଜକନପୁର ଥାନା ଅଞ୍ଚଳର ସୁଦାମାପୁରୀର ଛାପରା କଲୋନୀର ବାସିନ୍ଦା ଥିଲେ। 

ମୃତକଙ୍କ ମଧ୍ୟରେ ସଞ୍ଜୟ କୁମାର (୬୨), ତାଙ୍କ ବାପା ବିଷ୍ଣୁଦେବ ପ୍ରସାଦଙ୍କ ସମେତ ଦୁଇ ପୁରୁଷ ଏବଂ ଚାରି ଜଣ ମହିଳା ଅଛନ୍ତି। ଜଣେ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ଥିବା ବେଳେ ବାକି ତିନି ଜଣଙ୍କ ବୟସ ୩୦ ବର୍ଷରୁ କମ୍ ରହିଛି।

 ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ କାର ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଏହି ଦୁଃଖଦ ଘଟଣା ବିଷୟରେ ପରିବାରଲୋକଙ୍କୁ ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe