Image Courtesy of NDTV
ଇସ୍ଲାମାବାଦ୍: ଦେଶରେ କାଗଜ ସଙ୍କଟ ଯୋଗୁଁ ୨୦୨୨ ଅଗଷ୍ଟରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ମିଳି ନ ପାରେ ବୋଲି ପାକିସ୍ତାନ କାଗଜ ସଂଘ ସତର୍କ କରାଇ ଦେଇଛି।
ବୈଶ୍ବିକ ମୁଦ୍ରାସ୍ଫୀତି କାଗଜ ଦର ବୃଦ୍ଧିର କାରଣ ହୋଇଥିବା ବେଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ଆଞ୍ଚଳିକ କାଗଜ ଶିଳ୍ପଗୁଡ଼ିକର ଏକଚାଟିଆ ବ୍ୟାପାର ଯୋଗୁଁ ମଧ୍ୟ ସମ୍ପ୍ରତି ପାକିସ୍ତାନରେ କାଗଜ ସଙ୍କଟକୁ ଉତ୍କଟ କରିଛି।
‘ଅଲ୍ ପାକିସ୍ତାନ ପେପର୍ ମର୍ଚାଣ୍ଟ୍ ଆସୋସିଏସନ୍’, ‘ପାକିସ୍ତାନ ଆସୋସିଏସନ୍ ଅଫ୍ ପ୍ରିଣ୍ଟିଙ୍ଗ୍ ଗ୍ରାଫିକ୍ ଆର୍ଟ ଇଣ୍ଡଷ୍ଟ୍ରି’ ଏବଂ କାଗଜ ଶିଳ୍ପ ସହିତ ସଂଶ୍ଳିଷ୍ଟ ଥିବା ଅନ୍ୟାନ୍ୟ ସଙ୍ଗଠନ ଏବଂ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞ ଡକ୍ଟର୍ କାଇଜର୍ ବେଙ୍ଗଲି ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।
Image Courtesy of Mediumସାମ୍ବାଦିକ ସମ୍ମିଳନୀରେ ସେମାନେ ସତର୍କ କରାଇକହିଛନ୍ତି ଯେ, କାଗଜ ସଙ୍କଟ ଯୋଗୁଁ ଅଗଷ୍ଟ ମାସରେ ଆରମ୍ଭ ହେଉଥିବା ନୂଆ ଶିକ୍ଷା ବର୍ଷରେ ପିଲାମାନଙ୍କୁ ବହି ନ ମିଳିପାରେ।
ପାକିସ୍ତାନର ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦେଶରେ କାଗଜ ସଙ୍କଟ ଅତି ଉତ୍କଟ। କାଗଜ ଦର ଦ୍ରୁତ ବେଗରେ ବୃଦ୍ଧି ପାଉଛି। କାଗଜ ଏବେ ଖୁବ୍ ମହଙ୍ଗା ଏବଂ ଦିନକୁ ଦିନ କାଗଜ ଦର ବୃଦ୍ଧି ପାଉଥିବାରୁ ପ୍ରକାଶକମାନେ ବହିର ମୂଲ୍ୟ ନିରୂପଣ କରିପାରୁ ନାହାନ୍ତି।
ଏଥିଯୋଗୁଁ, ସିନ୍ଧ୍, ପଞ୍ଜାବ, ଏବଂ ଖାଇବର ପଖ୍ତୁନ୍ଖ୍ବାର ପାଠ୍ୟ ପୁସ୍ତକ ବୋର୍ଡ ସବୁ ପାଠ୍ୟ ପୁସ୍ତକ ମୁଦ୍ରଣ କରାଇ ପାରୁ ନାହାନ୍ତି।
Follow Us