ଡୋକ୍‌ଲାମ୍‌ରେ ଚାଇନା ସୈନ୍ୟ ସଂଖ୍ୟା ହ୍ରାସ କରିଛି, ଭାରତୀୟ ସୀମା ଭିତରେ ରାସ୍ତା ନିର୍ମାଣରେ ପିଏଲଏର ହାତ ନାହିଁ

ଭାରତ-ପାକ୍‌ ସୀମାରେ ଚୀନ୍‌ ସେନା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଚୀନର କେତେକ ନିର୍ମାଣ ଶ୍ରମିକ ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ। ଚାଇନା ପକ୍ଷରୁ ଅରୁଣାଚଳ ସୀମାରେ ଚାଲିଥିବା ରାସ୍ତାନିର୍ମାଣ ସମୟରେ ଏହି ଘଟଣା ଘଟିଥିଲା। ତେବେ ଏହି ସମସ୍ୟା ସମାଧାନ ହୋଇଯାଇଥିବା ସୂଚନା ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ ।

ଏଥିସହ ଜେନେରାଲ୍‌ ରାଓ୍ଵତ୍‌ ସ୍ପଷ୍ଟ କରିଛନ୍ତି ଯେ,ଡ଼ୋକ୍‌ଲାମ୍‌ ଅଞ୍ଚଳରେ ଚାଇନା ତା’ର ସୈନ୍ୟ ସଂଖ୍ୟାରେ ଯଥେଷ୍ଟ ହ୍ରାସ କରିଛି। ଗତ ଦୁଇଦିନ ତଳେ ଭାରତ ଓ ଚାଇନା ମଧ୍ୟରେ ଅନୁଷ୍ଠିତ ବର୍ଡ଼ର ପର୍ସନାଲ୍‌ ମିଟିଙ୍ଗ୍‌ (ବିପିଏମ୍‌)ରେ ଏହି ସମସ୍ୟାର ସମାଧାନ ହୋଇଥିବା ସୂଚନା ମିଳିଛି।

publive-image Image Courtesy of Inkhabar

ଉଲ୍ଲେଖଯୋଗ୍ୟ କି ଚାଇନାର ନିର୍ମାଣ ଶ୍ରମିକମାନେ ଭାରତୀୟ ସୀମାଠାରୁ ଦୁଇ କିଲୋମିଟର ଦୂରରେ ଏକ ରାସ୍ତା ନିର୍ମାଣ କରୁଥିଲେ। ତେବେ ଡ଼ିସେମ୍ବର ୨୬ ତାରିଖ ଦିନ ସେମାନେ ହଠାତ୍‌ ଭାରତୀୟ ଅଞ୍ଚଳ ଭିତରକୁ ପଶି ଆସିଥିଲେ। ଇଣ୍ଡୋ-ତିବତାନ୍‌ ବର୍ଡ଼ର ପୋଲିସ (ଆଇଟିବିପି) ପୋଷ୍ଟ ଠାରୁ ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା। ଏହାପରେ ଆଇଟିବିପିର କର୍ମୀ ଘଟଣାସ୍ଥଳରେ ପହଞ୍ଚ ଦେଖିଲେ ଯେ ଚାଇନା ନିର୍ମାଣ କରୁଥିବା ୧୨ଫୁଟ୍‌ ଚଉଡ଼ା ୬୦୦ମିଟର ଦୀର୍ଘ ଏହି ରାସ୍ତାର କିଛି ଅଂଶ ଭାରତୀୟ ସୀମା ଭିତରକୁ ପଶିଆସିଛି। ଆଇଟିବିପି ପକ୍ଷରୁ ଚାଇନାର ନିର୍ମାଣ ଶ୍ରମିକଙ୍କୁ ଅଟକାଇ ଦିଆଯାଇଥିଲା। ସେମାନଙ୍କ କାମ ବନ୍ଦ କରାଯାଇଥିଲା। ଭାରତୀୟ ସୁରକ୍ଷା କର୍ମୀମାନେ ଚାଇନା ଶ୍ରମିକଙ୍କ ଯନ୍ତ୍ରପାତିକୁ ଜବତ କରି ସେମାନଙ୍କୁ ଚାଇନା ସୀମାକୁ ପଠାଇ ଦେଇଥିଲେ।

ତେବେ ଏ ନେଇ ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ପକ୍ଷରୁ ସଫେଇ ଦିଆଯାଇଛି କି ଏଇ ଘଟଣାରେ ସେମାନଙ୍କର କୌଣସି ସଂପୃକ୍ତି ନାହିଁ। ଶ୍ରମିକମାନେ ଭୁଲ୍‌ବଶତଃ ଭାରତୀୟ ସୀମାକୁ ପ୍ରବେଶ କରିଥିଲେ। ବିପିଏମ୍‌ରେ ଚାଇନା ଏହା ମଧ୍ୟ କହିଛି ଯେ,ଡ଼ୋକ୍‌ଲାମ୍‌ରେ ପିଏଲ୍‌ଏର ସୈନସଂଖ୍ୟା ହ୍ରାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe