ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡର ପୁନର୍ବାର ଗଠନ କରାଯାଇଛି। ଏହା ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। ବିଜେପି ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ଅଣାଯାଇ ପୂର୍ବତନ ଅଧ୍ୟକ୍ଷ ନିତିନ ଗଡକରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ବୋର୍ଡରୁ ହଟାଇ ଦିଆଯାଇଛି। ଏହା ସହ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ବୋର୍ଡରେ ସାମିଲ କରାଯାଇଛି।
ଏହା ସହିତ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ୧୫ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି, ଯେଉଁଥିରେ ଅଛନ୍ତି - ଜେପି ନଡ୍ଡା (ଅଧ୍ୟକ୍ଷ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବି.ଏସ୍ ୟେଦିୟୁରପ୍ପା, ସରବାନନ୍ଦ ସୋନୋୱାଲ, କେ. ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ, ଭୂପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାବୀସ୍, ଓମ୍ ମାଥୁର, ବି.ଏଲ୍ ସନ୍ତୋଷ ଏବଂ ବନାଥୀ ଶ୍ରୀନିବାସ।
Follow Us