ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟ୍‌ରେ ଟ୍ୟାଙ୍କର୍‌ ବିସ୍ଫୋରଣ; ଲକ୍ଷ୍ନୌ-କାନପୁର ରାସ୍ତାରେ ଅଟକି ରହିଛି କେତେକ ଟ୍ରେନ୍‌

Advertisment
ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟ୍‌ରେ ଟ୍ୟାଙ୍କର୍‌ ବିସ୍ଫୋରଣ; ଲକ୍ଷ୍ନୌ-କାନପୁର ରାସ୍ତାରେ ଅଟକି ରହିଛି କେତେକ ଟ୍ରେନ୍‌

Representative Image Source: Zee News

ନୂଆଦିଲ୍ଲୀ: ଗୁରୁବାର ସକାଳେ ଉତ୍ତର ପ୍ରଦେଶର ଉନ୍ନାଓସ୍ଥିତି ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟ୍‌ରେ ଗୋଟାଏ ବଡ଼ ଟ୍ୟାଙ୍କର୍‌ ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟ୍‌ରେ ଭଲ୍‌ଭ୍‌ ଲିକେଜ୍‌ ହୋଇଛି।

ବିସ୍ଫୋରଣ ପରେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ କେତେ ଲୋକ ଆହତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ।

ବିସ୍ଫୋରଣ ସ୍ଥଳ ପାଖରେ ପ୍ରଶାସନ ଲୋକମାନଙ୍କର ଯାତାୟାତ ବନ୍ଦ ରଖିଛି। ତେଣୁ ବିସ୍ଫୋରଣ ଯୋଗୁଁ କେତେ ମୃତାହତ ହୋଇଛନ୍ତି ତାହା ଜାଣିବା ସମ୍ଭବପର ହୋଇ ନାହିଁ।

publive-image

ବିସ୍ଫୋରଣ ପରେ ପରେ ଘଟଣାସ୍ଥଳକୁ ତୁରନ୍ତ କେତେଗୁଡ଼ିଏ ଦମକଳ ଯାଇ ପ୍ଲାଣ୍ଟ୍‌ରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।

ଲକ୍ଷ୍ନୌ-କାନପୁର ବାଟ ଦେଇଯାଉଥିବା କାନପୁର ଶତାବ୍ଦୀ ଟ୍ରେନ୍‌ ସମେତ ଝାନ୍‌ସି ପାସେଞ୍ଜର୍‌, ଉନ୍ନାଓ-ଏଲ୍‌ଟିଟି ଟ୍ରେନ୍‌, ଉନ୍ନାଓ ରୁ ଅଜଗେନ୍‌ ଟ୍ରେନ୍‌କୁ କର୍ତ୍ତୃପକ୍ଷମାନେ ଅଟକାଇଛନ୍ତି।

ପ୍ଲାଣ୍ଟ୍‌ର ୪/୫ କିଲୋମିଟର୍‌ ବ୍ୟାପ୍ତ ବ୍ୟାସାର୍ଦ୍ଧ ମଧ୍ୟରେ କର୍ତ୍ତୃପକ୍ଷମାନେ ସତର୍କ ସୂଚନା ଜରି କରିଛନ୍ତି। ଏହି ଅଞ୍ଚଳ ମଧ୍ୟରେ ଥିବା କେତେକ ଗ୍ରାମବାସୀଙ୍କୁ ଘରଛାଡ଼ି ଚାଲିଯିବାକୁ ସେମାନେ ନିର୍ଦେଶ ଦେଇଛନ୍ତି।

ପ୍ଲାଣ୍ଟ୍‌ରେ ହୋଇଥିବା ଲିକେଜ୍‌ ବନ୍ଦ କରିବାକୁ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ମ୍ୟାନେଜ୍‌ମେଣ୍ଟ୍‌ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe