Image Courtesy of NDTV
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୁଲିସ ସହାୟତାରେ ‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ ଜବରଦଖଲ ନିରୋଧୀ ଅଭିଯାନ ଆରମ୍ଭ କରିବା ମାତ୍ରେ ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଶାହୀନ୍ବାଗ୍ର ବାସିନ୍ଦାମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଉଚ୍ଛେଦ ଅଭିଯାନ ପାଇଁ ଆସୁଥିବା ବୁଲ୍ଡୋଜର୍ଗୁଡ଼ିକୁ ଅଟକାଇବା ଲାଗି ସ୍ଥାନୀୟ ଜନସାଧାରଣ ରାସ୍ତା ଉପରେ ବସିଥିବା ଦେଖାଯାଉଛି।
ଶାସକ ‘ଆମ୍ ଆଦ୍ମୀ ପାର୍ଟି’ର (ଆପ୍) ବିଧାୟକ ଅମାନତୁଲ୍ଲା ଖାଁ ମଧ୍ୟ ପ୍ରତିବାଦରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଏ ଅଞ୍ଚଳରେ ଜବରଦଖଲ ନାହିଁ। ରାଜନୀତି କରିବା ଲାଗି ବୁଲ୍ଡୋଜର୍ ଅଣାଯାଇଛି।
Image Courtesy of Zee Newsସୂଚନାଯୋଗ୍ୟ, ଶାହୀନ୍ବାଗ ସମେତ କେତେକ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ ୧୦ଦିନିଆ ‘ଆକ୍ସନ୍ ପ୍ଲାନ୍’ କରିଥିବା କୁହାଯାଉଛି। ଦୁଇବର୍ଷ ପୂର୍ବେ ‘ନାଗରିକତ୍ବ ସଂଶୋଧନ ଆଇନ’ ବିରୋଧରେ ଚାଲିଥିବା ପ୍ରତିବାଦର ସବୁଠୁ ପ୍ରସିଦ୍ଧ ସ୍ଥାନ ଭାବେ ଶାହୀନ୍ବାଗ ସମଗ୍ର ଦେଶରେ ପରିଚିତ ହୋଇଥିଲା।
‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ର ‘ସେଣ୍ଟ୍ରାଲ୍ ଜୋନ୍ ଷ୍ଟାଣ୍ଡିଙ୍ଗ୍ କମିଟି’ର ଅଧ୍ୟକ୍ଷ ରାଜପାଲ୍ କହିଛନ୍ତି, ମହାନଗର ନିଗମ ତା’ର କାମ କରିବ ଏବଂ ଜବରଦଖଲ ଥିବା ସ୍ଥାନଗୁଡ଼ିକରେ ଉଚ୍ଛେଦ ଅଭିଯାନ ଚାଲିବ। ସେ ତୁଗ୍ଲକ୍ବାଦ, ସଙ୍ଗମ ବିହାର, ନିୟୁ ଫ୍ରେଣ୍ଡସ୍ କଲୋନି ହେଉ କି, ଶାହୀନ୍ବାଗ୍ ହେଉ। ଆମର ଶ୍ରମିକ ଏବଂ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଟିମ୍ ଏବଂ ବୁଲ୍ଡୋଜର୍ ବନ୍ଦୋବସ୍ତ କରାଯାଇଛି।
Follow Us