ଜମ୍ମୁ-କଶ୍ମୀରରେ ନିହତ ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନର : ୟୁରୋପୀୟ ସଂଘ ସାଂସଦ ମଣ୍ଡଳୀ

Advertisment
ଜମ୍ମୁ-କଶ୍ମୀରରେ ନିହତ ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନର : ୟୁରୋପୀୟ ସଂଘ ସାଂସଦ ମଣ୍ଡଳୀ

Zee News

ଶ୍ରୀନଗର: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଦେଶର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ- କଶ୍ମୀରର ପରିସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଗତ ମଙ୍ଗଳବାର ଠାରୁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଛନ୍ତି। ଧାରା ୩୭୦ ହଟାଯିବା ପରେ କୌଣସି ବିଦେଶୀ ପ୍ରତିନିଧି ଦଳର ଏହା ପ୍ରଥମ ଜମ୍ମୁ- କଶ୍ମୀର ଗସ୍ତ।

ଏହି ଗସ୍ତକାଳରେ ୟୁରୋପୀୟ ସାଂସଦମାନେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଭେଟି କଶ୍ମୀରର ସୁରକ୍ଷା ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ। ଏଥିସହ ଘାଟିରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନର ଲଗାତାର ଷଡ଼ଯନ୍ତ୍ର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ସଂପର୍କରେ ଅଧିକାରୀମାନେ ସେମାନଙ୍କୁ ପ୍ରମାଣ ସମ୍ବଳିତ ତଥ୍ୟ ପ୍ରଦାନ କରିଥିଲେ। ଅପରାହ୍ନରେ ପ୍ରତିନିଧି ଦଳ ଶ୍ରୀନଗରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେମାନେ ଡାଲ୍‌ ହ୍ରଦ୍‌ରେ ନୌକା ବିହାର କରିଥିଲେ।

publive-image Zee News

ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଜମ୍ମୁ-କଶ୍ମୀର ଗସ୍ତ ଶେଷ କରି ଆଜି ଅପରାହ୍ଣରେ ରାଜ୍ୟ ଛାଡ଼ିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଭାରତର ଭୂମିକାକୁ ସମର୍ଥନ ଜଣାଇଛନ୍ତି। ଉପତ୍ୟକାରେ ଆତଙ୍କବାଦକୁ ଶେଷ କରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପକ୍ଷରୁ ଯେଉଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ ମଧ୍ୟ ସେମାନେ ସ୍ବାଗତ କରିବା ସହ ‘ଆମର ଗସ୍ତ ଭାରତୀୟ ରାଜନୀତି ଓ ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ ଉଦ୍ଦେଶ୍ୟ‌େର ଉଦ୍ଦିଷ୍ଟ ନୁହେଁ’ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।

ଜମ୍ମୁ- କଶ୍ମୀରରେ ସୁରକ୍ଷା ବାହିନୀ ହାତରେ ପ୍ରାଣ ହରାଇଥିବା ଅଧିକାଂଶ ଆତଙ୍କବାଦୀ ପାକିସ୍ତାନର ବୋଲି ସେମାନେ କହିଛନ୍ତି। ଏଥିସହ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପ୍ରୋତ୍ସାହନରେ ପାକିସ୍ତାନ ଯେଉଁ ବ୍ୟାପକ ଷଡ଼ଯନ୍ତ୍ର କରୁଛି, ସେ ସଂପର୍କରେ ମଧ୍ୟ ୟୁରୋପୀୟ ପ୍ରତିନିଧି ପ୍ରମାଣ ପାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ତେବେ, ୟୁରୋପୀୟ ପ୍ରତିନିଧି ମଣ୍ଡଳୀର ଜମ୍ମୁ- କଶ୍ମୀର ଗସ୍ତକୁ ବିରୋଧୀ କଂଗ୍ରେସ ସମେତ ବିଜେପିର ସହଯୋଗୀ ଶିବସେନା ଓ ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe