ହରିଆଣା: ଦୀର୍ଘ ଦିନ ଧରି ବିବାଦରେ ରହିବା ପରେ ସଂଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍’ ଜାନୁଆରି ୨୫ ତାରିଖରେ ପରଦାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ପରଦାକୁ ଆସିବାକୁ ଆଉ ମାତ୍ର ସପ୍ତାହେ ବାକି ରହିଥିବା ବେଳେ ଏବେ ସୁଦ୍ଧା ୪ଟି ରାଜ୍ୟରେ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଜାରି ହୋଇଛି।
ମଧ୍ୟପ୍ରଦେଶ, ରାଜସ୍ଥାନ ଆଉ ଗୁଜୁରାଟ ପରେ ଚଳଚ୍ଚିତ୍ରଟି ଉପରେ ନିଷେଧାଦେଶ ଜାରି କରିବାରେ ହରିଆଣା ହେଉଛି ଚତୁର୍ଥ ରାଜ୍ୟ। ଏ ସଂପର୍କରେ ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍ ମଙ୍ଗଳବାର ଟୁଇଟର୍ରେ ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2017/11/padmavati-cast-what-shahid-kapoor-demands-for-rani-padmavati-image-2-300x167.jpg)
ଚଳଚ୍ଚିତ୍ରଟିକୁ ୪ଟି ରାଜ୍ୟରେ ନିଷେଧାଦେଶ ଜାରି ହେବା ପରେ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ସଂଜୟଲୀଲା ଭଂସାଲୀ ଏହି ମାମଲା ନେଇ ସୁପ୍ରିମ୍କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟରେ ଏହାର ଶୁଣାଣି ଜାନୁଆରୀ ୧୯ ତାରିଖରେ ହେବ ବୋଲି ଜାଣିବାକୁ ମିଳିଛି।
ପଂଚଦଶ ଶତାବ୍ଦୀରେ କବି ମଲିକ୍ ମୁହମ୍ମଦ ଜୟସୀଙ୍କ ଦ୍ୱାରା ଲିଖିତ ‘ପଦ୍ମାବତ୍’ କବିତା ଉପରେ ଦୀପିକା, ରଣବୀର ଏବଂ ସାହିଦ୍ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଆଧାରିତ। ଏଥିରେ ଚିତୋରର ସୁନ୍ଦରୀ ରାଣୀ ପଦ୍ମିନୀ ଏବଂ ତୁର୍କୀର ଆକ୍ରମଣକାରୀ ଆଲ୍ଲାଉଦ୍ଦିନ୍ ଖିଲଜିଙ୍କ ସଂପର୍କରେ ମଧ୍ୟ ଚିତ୍ରିତ କରାଯାଇଛି।
ରାଣୀ ପଦ୍ମିନୀ ଏବଂ ମୋଗଲ୍ ସମ୍ରାଟ ଆଲ୍ଲାଉଦ୍ଦିନ୍ ଖିଲଜିଙ୍କ ମଧ୍ୟରେ ପ୍ରେମ ସଂପର୍କ ସମ୍ବଳିତ ଦୃଶ୍ୟ ରହିଛି ବୋଲି ସନ୍ଦେହ କରି ରାଜସ୍ଥାନର କର୍ଣ୍ଣି ସେନା ପକ୍ଷରୁ ଚଳଚ୍ଚିତ୍ରଟିକୁ ନେଇ ତୀବ୍ର ବିରୋଧ କରାଯାଉଛି। ସେପରି କୌଣସି ଦୃଶ୍ୟ ନାହିଁ ବୋଲି ନିର୍ମାତା ଭଂସାଲୀ ଅନେକ ପ୍ରମାଣ ଦେବା ପରେ ଏବେ ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ସୂଚନା ରହିଛି।
Follow Us