ବଙ୍ଗୋପସାଗରରେ କ୍ବାଡ୍ ନୌସମରାଭ୍ୟାସ ଆରମ୍ଭ,ବଢ଼ିଲା ଚୀନର ଚିନ୍ତା

ବଙ୍ଗୋପସାଗରରେ କ୍ବାଡ୍ ନୌସମରାଭ୍ୟାସ ଆରମ୍ଭ,ବଢ଼ିଲା ଚୀନର ଚିନ୍ତା

https://www.indiatoday.in

ନୂଆଦିଲ୍ଲୀ: ମଙ୍ଗଳବାର ବ‌ଙ୍ଗୋପସାଗରରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ମିଳିତ ‌ମଞ୍ଚ  ‘କ୍ବାଡ’ର ମାଲାବାର ନୌସମରାଭ୍ୟ‌ାସର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ଏହି ଅଞ୍ଚଳରେ ଚୀନର ପ୍ରାଦୁର୍ଭାବ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଉଭୟ ସ୍ଥଳ ଓ ସମୁଦ୍ରରେ ଏହି ନୌସମରାଭ୍ୟାସ୍‌ କରାଯାଉଥିବା ସୂଚନା ରହିଛି।

ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ମିଳିତ ମଞ୍ଚର ଅକ୍ଟୋବର ୬ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ।

ଦୀର୍ଘ ୧୩ ବର୍ଷ ପରେ ଅଷ୍ଟ୍ରେଲିଆ ମାଲାବାର ନୌସେନାର ସମରାଭ୍ୟାସରେ ଅଂଶଗ୍ରହଣ କରୁଛି। ଏହା ହେଉଛି ଚୀନର ବିସ୍ତାରବାଦକୁ ରୋକିବାକୁ  ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଢ଼ି ଉଠିଥିବା ସହମତିର ଏକ ରଣନୈତିକ ପ୍ରତିଫଳନ। ମାଲାବାର ସମରାଭ୍ୟ‌ାସରେ ଅଷ୍ଟ୍ରେଲିଆର ଅଂଶଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସଂକେତ ଦେଇଛି।

ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି) ଅତିକ୍ରମ କରି  ଚୀନ୍ ଭାରତ ସହ ସାମରିକ ବିବାଦ ସୃଷ୍ଟି କରୁଛି।  ଭାରତ-ଚୀନ ଦ୍ବିପାକ୍ଷିକ ସଂପର୍କରେ ଅନେକ ଦିନ ହେବ ଫାଟ ଉପୁଜିଛି।

ମାତ୍ର ଭାରତ ପାଇଁ ଏକ ଭଲ କଥା ହେଉଛି, ଚୀନ ସ‌ହ ଆମେରିକା, ଜାପାନ ଓ  ଅଷ୍ଟ୍ରେଲିଆ‌ ସଂପର୍କ ଭଲନାହିଁ। ଫଳରେ ଚୀନର ଧମକକୁ ପ୍ରତିହତ କରିବା ପାଇଁ ଏହି ସବୁ ଦେଶ ଏବେ ଏକ ହୋଇଛନ୍ତି।

ନଭେମ୍ବର ୨୦୧୭ରେ ମାନିଲାଠାରେ ଅନୁଷ୍ଠିତ ଏସିଆନ ସଂଗଠନ ବୈଠକରେ କ୍ବାଡ୍ ସଂଗଠନକୁ ପୁଣି ସକ୍ରିୟ କରିବାକୁ ଏହି ୪ଟି ଦେଶର କୂଟନୀତିଜ୍ଞମାନେ ଆଲୋଚନା କରିଥିଲେ ।

ମୁଖ୍ୟତଃ ଚୀନର ବଢିଚାଲିଥିବା ଆଧିପତ୍ୟର ମୁକାବିଲା ଲାଗି ଏହି ମେଣ୍ଟ ଗଠନ କରାଯାଇଛି । ଏହି ମେଣ୍ଟ ମାଧ୍ୟମରେ ପରସ୍ପର ମଧ୍ୟରେ ସାମରିକ ଓ କୂଟନୈତିକ ସହଯୋଗ ପାଇଁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପୂର୍ବରୁ ସହମତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe