ଅଜୁର୍ନ କପୁରଙ୍କ ପରେ ଏବେ କରୋନା ଆକ୍ରାନ୍ତ ହେଲେ ମଲାଇକା ଆରୋରା

Advertisment
ଅଜୁର୍ନ କପୁରଙ୍କ ପରେ ଏବେ କରୋନା ଆକ୍ରାନ୍ତ ହେଲେ ମଲାଇକା ଆରୋରା

indiatvnews

ମୁମ୍ବାଇ: ଗତକାଲି ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହା ବିଷୟରେ ସୂଚନା ଦେଇଥିଲେ। ତାଙ୍କର କରୋନାଭାଇରସର କୌଣସି ଲକ୍ଷଣ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ବୋଲି କହିଥିଲେ ଅଜୁର୍ନ | ତେବେ ଅଜୁର୍ନଙ୍କ ପରେ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ମଲାଇକା ଆରୋରା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏ ନେଇ ତାଙ୍କ ଭଉଣୀ ଅମ୍ରିତା ଆରୋରା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି।

ମଲାଇକା ମଧ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ହଁ, ମୁଁ କରୋନା ଆକ୍ରାନ୍ତ ହୋଇଛି। ମୋର କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି | ମୋ ମଧ୍ୟରେ କୌଣସି ଲକ୍ଷଣ ନଥିବା ସହ ମୁଁ ଘରେ କ୍ବାରେଣ୍ଟାଇନରେ ରହିଛି | ମୁଁ ପୁଣି ଥରେ ଅଧିକ ସୁସ୍ଥ ଏବଂ  ଶକ୍ତିଶାଳୀ ହୋଇ ଫେରିବି।

After Arjun Kapoor, Malaika Arora tests positive for Covid-19 Telangana Today

ତେବେ ଅର୍ଜୁନ କରୋନା ଆକ୍ରାନ୍ତ ହେବା ଖବର ନିଜ ଇନଷ୍ଟା ଆକାଉଣ୍ଟ ଜରିଆରେ ଦେଇଥିଲେ। ସେ ଲେଖିଥିଲେ, ସମସ୍ତଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଯେ ମୋର କରୋନା ଭାଇରସ୍ ପରୀକ୍ଷା ପଜିଟିଭ ହୋଇଛି। ମୁଁ ଭଲ ଅନୁଭବ କରୁଛି ଏବଂ ମୋର କୌଣସି ଲକ୍ଷଣ ନାହିଁ | ଡାକ୍ତର ଏବଂ ଅଧିକାରୀଙ୍କ ପରାମର୍ଶରେ ମୁଁ ହୋମ ଆଇସୋଲେସନରେ ରହିଛି । ମୁଁ ଆପଣଙ୍କ ସମର୍ଥନ ପାଇଁ ଆଗୁଆ ଧନ୍ୟବାଦ ଦେଉଛି ଏବଂ ଆଗାମୀ ଦିନରେ ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ ଆପଣଙ୍କୁ ଜଣାଇବି। ‘ ସେ ଲେଖିଛନ୍ତି, ଯେ ଆମର ମାନବିକତା ଏହି ଭୂତାଣୁକୁ ହଟାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe