ମଲାଲା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ

Advertisment
ଗତ ୩ ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ୭୦୦ରୁ ଅଧିକ ଆତଙ୍କବାଦୀ ନିପାତ କରିଛି ସେନା

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ଥିବା କୁମାନର ଅଞ୍ଚଳରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ପାକ୍‌ ତାଲିବାନ ମୁଖ୍ୟ ମୁଲ୍ଲା ଫଜୁଲ୍ଲାହ ନିପାତ ହୋଇଥିବା ଜଣାପଡ଼ିଛି। ମୁଲ୍ଲା ୨୦୧୨ ମସିହାରେ ପାକିସ୍ତାନର ସାମାଜିକ କର୍ମୀ ତଥା ସେତେବେଳର ସ୍କୁଲ ଛାତ୍ରୀ ମଲାଲା ୟୁସୁଫଜାଇଙ୍କ ଅପହରଣ ଓ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲା। ୧୩ ତାରିଖ ଦିନ ହୋଇଥିବା ଡ୍ରୋନ୍‌ ଆକ୍ରମଣରେ ମୁଲ୍ଲା ସମେତ ଆଉ ୪ ଜଣ ତାଲିବାନ ଆତଙ୍କବାଦୀ ମଧ୍ୟ ନିପାତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଫଗାନିସ୍ତାନର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଭାବେ ମୁଲ୍ଲା ଦୀର୍ଘଦିନ ଧରି ସୁରକ୍ଷାବାହିନୀକୁ ଚକ୍‌ମା ଦେଇଚାଲିଥିଲା। ପାକିସ୍ତାନର ତେହରିକ୍‌-ଏ-ତାଲିବାନ ସଂଗଠନ ୨୦୧୪ରେ ପାକିସ୍ତାନ ପେଶଓ୍ଵାରରେ ସେନା ପବ୍ଲିକ ସ୍କୁଲରେ ମୁଲ୍ଲାର ଯୋଜନାକ୍ରମେ ବଡ଼ ଧରଣର ଆକ୍ରମଣ ହୋଇଥିଲା ଏବଂ ଏଥିରେ ୧୩୦ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe