ଓଡ଼ିଶାର ୩୦ ଜିଲ୍ଲା ମ୍ୟାଲେରିଆପ୍ରବଣ

Advertisment
ଓଡ଼ିଶାର ୩୦ ଜିଲ୍ଲା ମ୍ୟାଲେରିଆପ୍ରବଣ

Jornal Cidade

ନୂଆଦିଲ୍ଲୀ : ଓଡ଼ିଶାର ସବୁ ଜିଲ୍ଲା ମ୍ୟାଲେରିଆପ୍ରବଣ। ତନ୍ମମଧ୍ୟରୁ ୭ଟି ଜିଲ୍ଲା ଆନୁଆଲ ପାରାସାଇଟସ୍ ଇନସିଡେନ୍ସ ତାଲିକାରେ ରହିଛି। ଆଜି ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ।

୨୦୧୯ର ଏପିଡେମିଓଲିଜିକାଲ ସ୍ଥିତି ରିପୋର୍ଟର ତଥ୍ୟ ଅନୁସାରେ, ଓଡ଼ିଶାର ୩୦ ଟି ଜିଲ୍ଲାର ସମୁଦାୟ ୩୯୫୫୭ ମ୍ୟାଲେରିଆ ମାମଲା ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସର୍ବାଧିକ ୮୬୯୦ ମାମଲା ମାଲକାନଗିରି ଜିଲ୍ଲାରୁ, ୬୦୧୨ କଳାହାଣ୍ଡି ଜିଲ୍ଲାରୁ, ୫୭୧୯ ରାୟଗଡ଼ା ଜିଲ୍ଲାରୁ, ୪୬୧୬ କୋରାପୁଟ୍ ଜିଲ୍ଲାରୁ , ୩୩୯୦ ଗଞ୍ଜାମ ଜିଲ୍ଲାରୁ , ୨୯୮୭ ଫୁଲବାଣୀ ଜିଲ୍ଲାରୁ ଓ ୧୭୫୫ ସୁନ୍ଦରଗଡ଼ ଜିଲ୍ଲାରୁ ରହିଥିବା ରିପୋର୍ଟ ଉଲ୍ଲେଖ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଏହି ୭ଟି ଜିଲ୍ଲା ଆନୁଆଲ ପାରାସାଇଟସ୍ ଇନସିଡେନ୍ସ ତାଲିକାରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ମ୍ୟାଲେରିଆ ପ୍ରବଣ ରାଜ୍ୟ ହୋଇଥିବାରୁ ନ୍ୟାସନାଲ ଫ୍ରେମଵାର୍କ ଫର୍ ମ୍ୟାଲେରିଆ ଏଲିମିନେସନ ଅନ୍ତର୍ଗତ ଏହା କ୍ୟାଟେଗୋରି ୩ରେ ପଡ଼ୁଥିବାରୁ ଏହାକୁ ୨୦୨୭ ସୁଦ୍ଧା ନିର୍ମୂଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତରରେ କହିଥିଲେ।

ପ୍ରକାଶଥାଉକି, ୨୦୧୬ରେ ଓଡ଼ିଶାରେ ସମୁଦାୟ ୪୪୪୮୪୩ ମ୍ୟାଲେରିଆ ମାମଲା ଥିଲା। ଡିସେମ୍ବର ୨୦୧୯ ସୁଦ୍ଧା ଏହି ସଂଖ୍ୟା ହ୍ରାସ ପାଇ ୩୯୫୫୭ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe