ମାଲାଓ୍ବି ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ମାଲାଓ୍ବି ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଚିଲମାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ। ଏ ନେଇ ମାଲାବି ସରକାର ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି। ବିବୃତିରେ କୁହାଯାଇଛି ଯେ ମାଲାଓ୍ବି ଡିଫେନ୍ସ ଫୋର୍ସର ଏକ ବିମାନ ଲିଲଙ୍ଗୱେରୁ ଉଡ଼ାଣ ଭରିଥିଲା ଏବଂ ମୁଜୁଜୁଜୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ବିମାନଟି ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନକୁ ଖୋଜା ଚାଲିଛି।

ମାଲାଓ୍ବି ପ୍ରତିରକ୍ଷା ବାହିନୀର କମାଣ୍ଡର ଜେନେରାଲ ଭାଲେଣ୍ଟିନୋ ଫିରି ରାଷ୍ଟ୍ରପତି ଡକ୍ଟର ଲାଜରସ୍ ମ୍ୟାକାର୍ଥି ଚେକ୍ୱେରାଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ରାଷ୍ଟ୍ରପତି ତାଙ୍କ ବାହାମାସ ଗସ୍ତକୁ ସ୍ଥଗିତ ରଖିଛନ୍ତି। ନିଖୋଜ ବିମାନକୁ ଖୋଜିବା ପାଇଁ ତୁରନ୍ତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଆରମ୍ଭ କରିବାକୁ ରାଷ୍ଟ୍ରପତି କହିଛନ୍ତି।

ଗତ ମାସରେ ମାଲାଓ୍ବିର ଏକ ଅଦାଲତ ଉପରାଷ୍ଟ୍ରପତି ସୋଲୋସ୍ ଚିଲ୍ମାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗକୁ ପ୍ରତ୍ୟାହାର କରିଥିଲେ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ କୁ ନେଇ ଆଇନଗତ ପ୍ରତିବନ୍ଧକକୁ ଦୂର କରିଥିଲେ। ଦୁର୍ନୀତି ଅଭିଯୋଗରେ ଚିଲମାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe