ଦୀର୍ଘ ୪୫ ଦିନ ପରେ ମାଳଦୀପରୁ ହଟିଲା ଜରୁରିକାଳୀନ ପରିସ୍ଥିତି

Advertisment
ଦୀର୍ଘ ୪୫  ଦିନ ପରେ ମାଳଦୀପରୁ ହଟିଲା ଜରୁରିକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ମାଳଦୀପର ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଅବ୍‌ଦୁଲ୍‌ ଗାୟୁମ୍‌ ଦୀର୍ଘ ୪୫ ଦିନ ପରେ ଗୁରୁବାର ମାଳଦୀପରୁ ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ଭାରତ ମହାସାଗରର ମୁସଲମାନ୍‌ ବହୁଳ ଏହି ଦ୍ୱୀପରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା କାରଣରୁ ଜରୁରୀ ପରିସ୍ଥିତି ଜାରି ହୋଇଥିଲା।

ମାଳଦ୍ୱୀପର ସୁପ୍ରିମ୍‌କୋର୍ଟ ରାଜନୈତିକ ଅସ୍ଥିରତା ମାମଲାରେ ୯ ଜଣ ବିରୋଧୀ ଦଳନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ସହ ସେମାନଙ୍କୁ ଜେଲରୁ ମୁକୁଳାଇବା ଲାଗି ନିର୍ଦ୍ଦେଶ ଦେବାର ପରଦିନ ରାଷ୍ଟ୍ରପତି ୟାମିନ୍‌ ଏହି ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ । ଦେଶର ସମ୍ବିଧାନ ପ୍ରତି ବିପଦ ଥିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଫେବ୍ରୁଆରି ୫ ତାରିଖରୁ ମାତ୍ର ୧୫ ଦିନ ପାଇଁ ଏହି ଜରୁରୀ ପରିସ୍ଥିତି ଲଗାଇବା ପାଇଁ ୟାମିନ୍‌ ଚିନ୍ତା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ ହେବାରୁ ସଂସଦର ଅନୁମତି କ୍ରମେ ଏହାକୁ ଆହୁରି ୩୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଗଲ।

publive-image

ଉଲ୍ଳେଖଯୋଗ୍ୟ, ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ୟାମିନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ୟାମିନ୍‌ଙ୍କ ପ୍ରଶାସନ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ମଉମୁନ୍‌ ଅବଦୁଲ୍‌ ଗାୟୁମ,ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତି ଏବଂ ଅନ୍ୟ ବିଚାରପତି, ସୁପ୍ରିମ୍‌କୋର୍ଟ ପ୍ରସାଶକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe