ମାଳଦ୍ୱୀପ ସଙ୍କଟ: ପ୍ରସ୍ତୁତ ହୋଇ ରହିଛନ୍ତି ଭାରତୀୟ ସେନା

Advertisment
ମାଳଦ୍ୱୀପ ସଙ୍କଟ: ପ୍ରସ୍ତୁତ ହୋଇ ରହିଛନ୍ତି ଭାରତୀୟ ସେନା

Image Courtesy of TOI

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଠାରୁ ଆରମ୍ଭ କରି ସାମରିକ ହସ୍ତକ୍ଷେପ କରିବା ଯାଏଁ ନିକଟ ଭବିଷ୍ୟତରେ ମାଳଦ୍ୱୀପରେ ଯେ କୌଣସି ସଙ୍କଟଜନକ ପରିସ୍ଥିତି ପାଇଁ ସଶସ୍ତ୍ର ବାହିନୀ ତିଆର ହୋଇ ରହିଛି। କିନ୍ତୁ ଅଭିଯାନ ପାଇଁ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ନିର୍ଦେଶାବଳୀ ଦିଆ ଯାଇ ନାହିଁ।

ସମଗ୍ର ଘଟଣାବଳୀ ଉପରେ ଦୃଷ୍ଟି ରଖିଥିବା ସଶସ୍ତ୍ର ବାହିନୀ ଯେ କୌଣସି ଅଭିଯାନ ପାଇଁ ପ୍ରସ୍ତୁତ ଏବଂ ସର୍ଟ ନୋଟିସ୍‌ ପାଇବା ମାତ୍ରେ ଅଭିଯାନ ଆରମ୍ଭ କରିଦେବେ।

ପଶ୍ଚିମ ସାଗରରେ ସଦାସର୍ବଦା ଭାରତୀୟ ନୌବାହିନୀର ଦୁଇଟି ଯୁଦ୍ଧ ଜାହାଜ ପଇଁତରା ମାରୁଥାଏ। ଦରକାର ହେଲେ ସେ ଦୁଇଟି ମାଳଦ୍ୱୀପ ଅଭିମୁଖେ ମୁହାଁଇବେ। ପ୍ରତିରକ୍ଷା ସହଯୋଗିତା ହେତୁ କିଛି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ୱୀପରେ ଅଛନ୍ତି। ଆମର ଯୁଦ୍ଧ ଜାହାଜ, ବିମାନ ଏବଂ ହେଲିକାପ୍ଟର୍‌ ସବୁବେଳେ ଇକୋନୋମିକ୍‌ ଜୋନ୍‌ରେ ପାଟ୍ରୋଲ୍‌ କରୁଛନ୍ତି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

କୋଷ୍ଟାଲ୍‌ ସର୍ଭିଲେନ୍‌ସ୍‌ ରାଡାର୍‌ ସିଷ୍ଟମ୍‌ ସ୍ଥାପନ କରିବା ପାଇଁ ଭାରତ ମଧ୍ୟ ମାଳଦ୍ୱୀପକୁ ସହାୟତା କରୁଛି। କୌଣସି ପରିସ୍ଥିତି ଉପୁଜିଲେ, ଏ ଅଞ୍ଚଳରେ ଥିବା ଅନ୍ୟ ଦେଶମାନଙ୍କୁ ମାନବିକ ସହାୟତା ଏବଂ ଦୁର୍ବିପାକ ସହାୟତା ଯୋଗାଇ ଦେବାକୁ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ସୈନ୍ୟ, ଯୁଦ୍ଧ ଜାହାଜ ଏବଂ ବିମାନ ସବୁବେଳେ ପ୍ରସ୍ତୁତ ହୋଇ ରହିଛି।

ସଙ୍କଟ ସମୟରେ ମାଳଦ୍ୱୀପକୁ ସହାୟତା କରିବାକୁ ଭାରତ ନିଜ ତରଫରୁ ସବୁବେଳେ ଚାହିଁଛି। ୧୯୮୮ରେ ‘ଅପରେସନ୍‌ କାକ୍‌ଟସ୍‌’ରେ ରାଜୀବ ଗାନ୍ଧୀ ସରକାର ମାଳଦ୍ୱୀପକୁ ଇଣ୍ଡିଆନ୍‌ ପାରାଟ୍ରୁପର୍ସ ଏବଂ ନାଭାଲ୍‌ ଓ୍ଵାର୍‌ସିପ୍‌ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe