ମିଳିତ ନୌସମରାଭ୍ୟାସରେ ଭାଗ ନେବାକୁ ମନାକଲା ମାଳଦୀପ

Advertisment
ମିଳିତ ନୌସମରାଭ୍ୟାସରେ ଭାଗ ନେବାକୁ ମନାକଲା ମାଳଦୀପ

ନୂଆଦିଲ୍ଲୀ: ଅଗାମୀ ମାର୍ଚ ୬ ତାରିଖରୁ ଭାରତ ସମହାସାଗରରେ ଭାରତ ଓ ଅନ୍ୟ ୧୬ ଦେଶର ନୌସେନାକୁ ନେଇ ଆୟୋଜିତ ହେବାକୁ ଥିବା ମିଳିତ ସମରାଭ୍ୟାସ ‘ ମିଲନ’ରେ ମାଳଦୀପ ଭାଗ ନେବ ନାହିଁ । ଏ ନେଇ ମାଲଦୀପ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନ୍‌ବା କହିଛନ୍ତି। ତେବେ ଏହି ଦ୍ୱିବାର୍ଷିକ ମିଳିତ ସମରାଭ୍ୟାସ ‘ ମିଳନ’ରେ ମାଳଦୀପ କାହିଁକି ଯୋଗ ଦେବ ନାହିଁ , ସେ ନେଇ କୌଣସି ସୂଚନା ଦେଇ ନ ଥିବା ନୌସେନା ପକ୍ଷରୁ କୁହାଯାଇଛି।

publive-image
ନୌସେନା ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ସମରାଭ୍ୟାସରେ ୧୬ଟି ଦେଶ ଅଂଶ ଗ୍ରହଣ କରିବା ନେଇ ସେମାନଙ୍କ ସମ୍ମତି ପ୍ରଦାନ କରିଛନ୍ତି। ଭାରତର ଆଣ୍ଡାମାନ ଓ ନିକୋବର ସମୁଦ୍ରରେ ଆୟାଜିତ ଏହି ନୌସମରାଭ୍ୟାସ ଦ୍ୱାରା ପଡୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସହଯୋଗ ବୃଦ୍ଧିି ପାଇବ ବୋଲି କୁହାଯାଇଛି। ବିଶେଷ କରି ଚୀନ୍‌ର ବଢ଼ୁଥିବା ସାମରିକ ଶକ୍ତିକୁ ଆଖିଆଗରେ ରଖି ଓ ସମୁଦ୍ରରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ପକ୍ଷରୁ ଏପରି ଏକ ନୌସମରାଭ୍ୟାସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନୌସେନା ମୁଖପାତ୍ର କ୍ୟାପ୍‌ଟେନ ଡିକେ ଶର୍ମା କହିଛନ୍ତି।ସେହିପରି ମିଲନ ସମରଭ୍ୟାସ ଦ୍ୱାରା ଏଥିରେ ଅଂଶଗ୍ରହଣ କରୁଥିବା ଦେଶର ନୌସେନା ଭବିଷ୍ୟତରେ ଦେଖାଦେବାକୁ ଥିବା ସୁରକ୍ଷା ଆହ୍ଵାନକୁ କିପରି ମୁକାବିଲା କରିବେ ସେ ନେଇ ମଧ୍ୟ ଏହି ସମରାଭ୍ୟାସ ବେଶ୍‌ ସହାୟକ ହୋଇ ପାରିବ ବୋଲି କ୍ୟାପଟେନ୍‌ ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe