ଭାରତ ଦେଇଥିବା ବିମାନ ବ୍ୟବହାର ପାଇଁ ଅନୁମତି ଦେଲେନି ରାଷ୍ଟ୍ରପତି ମୁଇଜୁ; ମାଳଦ୍ବୀପରେ ଅସୁସ୍ଥ ବାଳକର ମୃତ୍ୟୁ: ରିପୋର୍ଟ

Advertisment
ଭାରତ ଦେଇଥିବା ବିମାନ ବ୍ୟବହାର ପାଇଁ ଅନୁମତି ଦେଲେନି ରାଷ୍ଟ୍ରପତି ମୁଇଜୁ; ମାଳଦ୍ବୀପରେ ଅସୁସ୍ଥ ବାଳକର ମୃତ୍ୟୁ: ରିପୋର୍ଟ

Image Courtesy of India TV

ନୂଆଦିଲ୍ଲୀ: ଏୟାର୍‌ଲିଫ୍ଟ୍‌ ପାଇଁ ଭାରତ ଯୋଗାଇ ଦେଇଥିବା ଡର୍ନିୟର୍‌ ବିମାନ ବ୍ୟବହାର କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ୍‌ ମୁଇଜ୍‌ ଅନୁମତି ଦେବାକୁ ଅଗ୍ରାହ୍ୟ କରିଦେବାରୁ ଶିବାର ଦିନ ମାଳଦ୍ବୀପରେ ଜଣେ ୧୪ ବର୍ଷିୟ ଅସୁସ୍ଥ ବାଳକର ମୃତ୍ୟୁ ଘଟିଥିବା କଥା ସେଠାକାର ଗଣମାଧ୍ୟମ ରିପୋର୍ଟ କରିଛି।

‘ବ୍ରେନ୍‌ ଟ୍ୟୁମର୍‌’ଦ୍ବାରା ଆକ୍ରାନ୍ତ ସେ ବାଳକର ‌‘ଷ୍ଟ୍ରୋକ୍‌’ ମଧ୍ୟ ହୋଇଥିଲା। ତା’ର ଅବସ୍ଥା ସଙ୍କଟଜନକ ହେବାରୁ ତାକୁ ଗାଫ୍‌ ଅଲିଫ୍‌ ଭିଲିଙ୍ଗିଲିରୁ ରାଜଧାନୀ ମାଲେକୁ ନେବା ଲାଗି ପରିବାର ଲୋକେ ‘ଏୟାର୍‌ ଆମ୍ବୁଲାନ୍ସ୍‌’ ପାଇଁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ଭାରତ ଯୋଗାଇ ଦେଇଥିବା ‘ହିନ୍ଦୁସ୍ତାନ୍‌ ଏରୋନଟିକ୍ସ୍‌ ଲିମିଟେଡ୍‌’ଦ୍ବାରା ନିର୍ମିତ ଡୋର୍ନିୟର୍‌ ବିମାନ ହିଁ ମାଳଦ୍ବୀପରେ ମାନବୀୟ ଅସୁବିଧା ସମୟରେ ବ୍ୟାପକ ବ୍ୟବହାର କରାଯାଏ।

ମାଳଦ୍ବୀପ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି ଯେ, ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ଡାକ୍ତରଖାନା ନେବା ବ୍ୟବସ୍ଥା କରାଇବାରେ ବିଫଳ ହେବାରୁ ବାଳକଟିର ମୃତ୍ୟୁ ଘଟିଲା।

publive-image Image Courtesy of NDTV

ବାଳକର ବାପାଙ୍କ କଥାରୁ ଉଦ୍ଧାର କରି ଗଣମାଧ୍ୟମ ‘ଆଧାଧୁ’ ରିପୋର୍ଟ କରିଛି, ‘ଷ୍ଟ୍ରୋକ୍‌’ ପରେ ପରେ  ପୁଅକୁ ମାଲେ ନେବା ପାଇଁ ଆମେ ଆଇଲାଣ୍ଡ୍‌ ଏଭିଏସନ୍‌କୁ ଫୋନ୍‌ କଲୁ, କିନ୍ତୁ ସେମାନେ ଆମ ‌ଫୋନ୍‌ର ଧରିଲେ ନାହିଁ। ଗୁରୁବାର ସକାଳ ୮.୩୦ରେ ସେମାନେ ଆମ ଫୋନ୍‌ ଧରିଲେ। ଏଭଳି କ୍ଷେତ୍ରରେ ଏକମାତ୍ର ଉପାୟ ହେଉଛି ଏୟାର୍‌ ଆମ୍ବୁଲାନ୍‌ସ୍‌। ଜରୁରୀକାଳୀନ ଭିତ୍ତିରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉ ବୋଲି ଅନୁରୋଧ କରିବାର ୧୬ ଘଣ୍ଟା ପରେ ପୁଅକୁ ମାଲେ ନିଆଗଲା।

କିନ୍ତୁ, ଡାକ୍ତରଖାନାରେ ସେ ବାଳକର ମୃତ୍ୟୁ ଘଟିଲା। ଘଟଣା କଥା ଜାଣିବା ପରେ ଡାକ୍ତରଖାନା ବାହାରେ ପ୍ରବଳ ପ୍ରତିବାଦ ପ୍ରଦର୍ଶନ କରାଗଲା। ଘଟଣା ସଂକ୍ରାନ୍ତରେ ‘ଏକ୍ସ’ କରି ମାଳଦ୍ବୀପ ସାଂସଦ ମୀକାଇଲ୍‌ ନସୀମ୍‌ ଲେଖିଛନ୍ତି, ଭାରତ ଉପରୁ ରାଷ୍ଟ୍ରପତିଙ୍କ ରାଗ ଶୁଝାଇବା ପାଇଁ ଜନସାଧାରଣ ଆତ୍ମବଳି ଦେବା ଅନୁଚିତ।

ଏୟାର୍‌ ଆମ୍ବୁଲାନ୍‌ସ୍‌ ସେବା ଯୋଗାଉଥିବା ଆସନ୍ଧା କମ୍ପାନି ଲିମିଟେଡ୍‌ ବିଳମ୍ବ ସଂକ୍ରାନ୍ତରେ ବିବୃତି ଦେଇ କହିଛି ଯେ, ଅନୁରୋଧ ପାଇବା ମାତ୍ରେ ଆମେ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲୁ। କିନ୍ତୁ, ଶେଷ ମୁହୂର୍ତ୍ତରେ ବିମ‌ାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେ‌ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe