ମୁମ୍ବାଇ: ମାଲେଗାଓଁ ମାମଲାର ରାୟ ୧୭ ବର୍ଷ ପରେ ଆସିବା ପରେ ଏବେ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି କୋର୍ଟ । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣର ରାୟ ୨୦୨୫ରେ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟ ମାମଲାର ରାୟ ଶୁଣାଇ ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ସମେତ ୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଏମାନଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବାବଦରେ କୌଣସି ଠୋସ୍ ପ୍ରମାଣ ନମିଳିବାରୁ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

Advertisment

malegaon

ତେବେ ବିସ୍ଫୋରଣ ଘଟଣାରେ କେଉଁମାନେ ଥିଲେ ସମ୍ପୃପ୍ତ ? ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର, ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ନାଁ ଛଡା ଆଉ କାହା କାହା ନାଁ ମାମଲାରେ ଥିଲା ? ସେମାନେ କିଏ ? ଏ ଦୁହିଁଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟମାନେ କିଏ ? ବୋଲି ଯେତେବେଳେ ପ୍ରଶ୍ନ ଆସେ ସେତେବେଳେ ସେମାନଙ୍କୁ ବାବଦରେ ଜାଣିବା ବି ଦରକାର ।

New Project

ମାଲେଗାଓଁ ମାମଲାରେ ସାଧ୍ୱୀ ପ୍ରଜ୍ଞା ଠାକୁର, ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ରମେଶ ଉପାଧ୍ୟାୟ, ଅଜୟ ସାହିରକର, ସମୀର କୁଲକର୍ଣ୍ଣି, ସୁଧାକର ଚତୁର୍ବେଦ୍ଦୀ ଏବଂ ସୁଧାକରଧର ଦ୍ବିବେଦୀଙ୍କ ନାଁରେ ବି ମାମଲା ଥିଲା । ଯେଉଁମାନଙ୍କୁ ଆସି କୋର୍ଟ ଦୋଷମୁକ୍ତ କରିଛନ୍ତି । 

ତେବେ ୨୯ ସେପ୍ଟେମ୍ବର ୨୦୦୮ରେ ହୋଇଥିଲା ମାଲେଗାଓଁ ବିସ୍ଫୋରଣ । ମହାରାଷ୍ଟ୍ର ମାଲେଗାଓଁର ଭିକୁ ଚୌକରେ ହୋଇଥିଲା ବିସ୍ଫୋରଣ । ବାଇକରେ ବୋମା ରଖି କରାଯାଇଥିଲା ବିସ୍ଫୋରଣ । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ । 

ଅଧିକ ପଢନ୍ତୁ-

ମାଲେଗାଓଁ ରାୟ ପରେ ମୁହଁ ଖୋଲିଲେ ସାଧ୍ବୀ ପ୍ରଜ୍ଞା: କହିଲେ, ମୁଁ ଜଣେ ସନ୍ନ୍ୟାସୀର ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଅଭିଯୁକ୍ତ କରିଦିଆଗଲା…