ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ୧୭ ବର୍ଷ ପରେ ରାୟ ଶୁଣାଇଲେ ଏନଆଇଏର ସ୍ୱତନ୍ତ୍ର କୋର୍ଟ । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।
ଅଧିକ ପଢନ୍ତୁ-
୧୭ ବର୍ଷ ପରେ ଆସିଲା ମାଲେଗାଓଁ ରାୟ: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ
ଯେଉଁଥିରେ ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି ଆଜି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।
Addressing the judge in the NIA Court, Sandhvi Pragya Singh says, "I said this from the very beginning that those who are called for investigation there should be a basis behind that. I was called by them for investigation and was arrested and tortured. This ruined my whole life.… https://t.co/GNyiAclNoFpic.twitter.com/zSxIYurGX0
— ANI (@ANI) July 31, 2025
ଗୋଟିଏ ଘଟଣା କେମିତି ତାଙ୍କ ପୂରା ଜୀବନକୁ ବର୍ବାଦ କରିଦେଲା ସେକଥା ଏନଆଇଏ କୋର୍ଟରେ ବିଚାରପତିଙ୍କ ଆଗରେ ସାଧ୍ବୀ ପ୍ରଜ୍ଞା କହିଥିଲେ । ରାୟ ପରେ ସେ କହିଛନ୍ତି...
ମୁଁ ଆରମ୍ଭରୁ କହିଥିଲି ଯେ ଯେଉଁମାନଙ୍କୁ ତଦନ୍ତ ପାଇଁ ଡକାଯାଉଛି ସେମାନଙ୍କର ପଛରେ କିଛି ନା କିଛି ଆଧାର ରହିବା ଦରକାର । ମାତ୍ର ସେମାନେ ମୋତେ ତଦନ୍ତ ପାଇଁ ଡାକିଲେ । ମତେ ଗିରଫ କରାଗଲା ଏବଂ ନିର୍ଯାତନା ବି ଦିଆଗଲା । ଯାହା ମୋର ସାରା ଜୀବନକୁ ନଷ୍ଟ ଭ୍ରଷ୍ଟ କରିଦେଲା । ମୁଁ ଜଣେ ସନ୍ନ୍ୟାସୀର ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଅଭିଯୁକ୍ତ କରିଦିଆଗଲା । ସେତେବେଳେ କେହି ବି ମୋ ପାଖରେ ଛିଡ଼ା ହୋଇ ନଥିଲେ । ମୁଁ ଆଜି ଯଦି ବଞ୍ଚିଛି କେବଳ ଜଣେ ସନ୍ୟାସୀ ବୋଲି.. ସେମାନେ ଏକ ଷଡ଼ଯନ୍ତ୍ର କରି ଗେରୁଆକୁ ବଦନାମ କରିଥିଲେ । ହେଲେ ଆଜି ଗେରୁଆର ବିଜୟ ହୋଇଛି, ହିନ୍ଦୁତ୍ୱର ବିଜୟ ହୋଇଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦେବେ ବୋଲି ସାଧ୍ବୀ କହିଛନ୍ତି ।
ସେପଟେ ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ମଧ୍ୟ କୋର୍ଟରେ କହିଛନ୍ତି-
ମାଲେଗାଓଁ ବିସ୍ଫୋରଣ ମାମଲାରେ ଫସିବା ପୂର୍ବରୁ ମୁଁ ଯେଉଁ ଦୃଢ଼ ବିଶ୍ୱାସ ସହିତ ମୋ ଦେଶ ଏବଂ ମୋ ସଂଗଠନର ସେବା କରିବାକୁ ସୁଯୋଗ ପାଇଛି ସେଥିପାଇଁ ଧନ୍ୟବାଦ । ଏସବୁ ଘଟଣା ପାଇଁ ମୁଁ କୌଣସି ସଂଗଠନକୁ ଦୋଷ ଦେଉନାହିଁ । ଏହା ତଦନ୍ତକାରୀ ସଂସ୍ଥାର ଭୁଲ ନୁହେଁ ମାତ୍ର ସଂଗଠନ ଭିତରେ ଥିବା ଲୋକମାନେ ହିଁ ଭୁଲ କରିଛନ୍ତି । ସାଧାରଣ ଲୋକଙ୍କ ବିଶ୍ୱାସକୁ ପୁଣି ଥରେ ବ୍ୟବସ୍ଥା ଉପରେ ଫେରାଇ ଆଣିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି...