ନୂଆଦିଲ୍ଲୀ : ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ନେଲ୍ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟଙ୍କ ସମେତ ଅନ୍ୟ ୪ ଜଣ ଆଜି ସ୍ବତନ୍ତ୍ର ଏନ୍ଆଇଏ କୋର୍ଟରେ ହାଜର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୧୯ ତାରିଖରେ ସ୍ବତନ୍ତ୍ର ବିଚାରପତି ପିଆର ସିଟ୍ରେ ପ୍ରଜ୍ଞା ସିଂହ ଠାକୁର୍ଙ୍କୁ କୋର୍ଟରେ ହାଜର ହେବାପାଇଁ ଶେଷ ସୁଯୋଗ ଦେଇଥିଲେ। ଗତ ମାସରେ ପ୍ରଜ୍ଞା ସିଂହ ଠାକୁର ୨ ଥର କୋର୍ଟରେ ହାଜର ହେବାରେ ବିଫଳ ହେବାରୁ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ଗଣମାଧ୍ୟମରେ ପ୍ରଜ୍ଞା କହିଛନ୍ତି, କଂଗ୍ରେସ ଅତ୍ୟାଚାରରେ ସେ ଏବେ ବି ପୀଡ଼ିତ। ସେମାନେ ତାଙ୍କୁ ମାରିଦେବାକୁ ଚାହିଥିଲେ। କିନ୍ତୁ ସେ ସୁସ୍ଥ ହୋଇ ଫେରିଛନ୍ତି। ଗତ ଶୁଣାଣି ସମୟରେ ସେ ଚିକିତ୍ସିତ ହେଉଥିବାରୁ କୋର୍ଟରେ ହାଜର ହୋଇପାରିଲେନି ବୋଲି କହିଛନ୍ତି। ତେବେ ସେ କୋର୍ଟର ନିର୍ଦ୍ଦେଶକୁ ଅନୁସରଣ କରିବେ ବୋଲି କହିଛନ୍ତି।
ମାଲେଗାଓଁ ବିସ୍ଫୋରଣ ମାମଲା: ସ୍ବତନ୍ତ୍ର ଏନ୍ଆଇଏ କୋର୍ଟରେ ପ୍ରଜ୍ଞା ସିଂହ ଠାକୁର
Advertisment
Follow Us