ସୁସ୍ଥ ଅନୁଭବ କରିବା ପରେ ଖାର୍ଗେ କହିଲେ, ‘ମୁଁ ଏତେ ଶୀଘ୍ର ମରିବି ନାହିଁ’

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁ କଶ୍ମୀରରେ କଠୁଆରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଏକ ରାଲିକୁ ସମ୍ବୋଧିତ କରୁଥିବା ହେଲେ ଅସୁସ୍ଥ। ସୁସ୍ଥ ଅନୁଭବ କରିବା ପ‌ରେ କହିଲେ, ‘ମୁଁ ଏତେ ଶୀଘ୍ର ମରିବି ନାହିଁ।’

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁ କଶ୍ମୀରରେ କଠୁଆରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଏକ ରାଲିକୁ ସମ୍ବୋଧିତ କରୁଥିବା ହେଲେ ଅସୁସ୍ଥ। ସୁସ୍ଥ ଅନୁଭବ କରିବା ପ‌ରେ କହିଲେ, ‘ମୁଁ ଏତେ ଶୀଘ୍ର ମରିବି ନାହିଁ।’

TYRT

ଜାମ୍ମୁ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁ କଶ୍ମୀରରେ କଠୁଆରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। 

ଏହି ଘଟଣା ରବିବାର ଦିନ ଜମ୍ମୁ -କଶ୍ମୀରରେ ବିଧାନସଭା ନିର୍ବାଚନ ପ୍ରଚାରର ତୃତୀୟ ପର୍ଯ୍ୟାୟରେ  ଘଟିଛି। ୮୩ ବର୍ଷୀୟ ନେତା ମଲ୍ଲିକାର୍ଜୁନ ଖାର୍ଗେ ରାଲି ସମୟରେ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା।

ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏପରି ଅବସ୍ଥା ଦେଖି କଂଗ୍ରେସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ସାହାଯ୍ୟ କରିଥିଲେ। ପାଣି ପିଇବାକୁ ଦେଇ କିଛି ସମୟ ଖାର୍ଗେଙ୍କୁ ବିଶ୍ରାମ କରିବାକୁ କହିଥିଲେ। ସୁସ୍ଥ ଅନୁଭବ କରିବା ପରେ ମଲ୍ଲିକାର୍ଜୁନ ଖାର୍ଗେ ପୁଣିଥରେ ଭାଷଣ ଆରମ୍ଭ କରିଥିଲେ।   

ଜମ୍ମୁ କଶ୍ମୀରରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ‘ ଆମେ ରାଜ୍ୟ ପ୍ରତିଷ୍ଠା ପାଇଁ ସଂଗ୍ରାମ କରିବୁ। ମୋର ବୟସ ମାତ୍ର ୮୩ବର୍ଷ। ମୁଁ ଏତେ ଶୀଘ୍ର ମରିବାକୁ ଯାଉ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଯିବା ପର୍ଯ୍ୟନ୍ତ ମୁଁ ଜୀବିତ ରହିବି। ନରେନ୍ଦ୍ର ମୋଦୀ ଏବଂ ବିଜେପି ଜମ୍ମୁ-କଶ୍ମୀରବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଶ୍ୱାସଘାତକତା କରିଛନ୍ତି। ଲୋକଙ୍କଜୀବନ ନଷ୍ଟ କରି ଦେଇଛନ୍ତି। ଜମ୍ମୁ –କଶ୍ମୀରରେ ଆମେ 'ଜନତାଙ୍କ ସରକାର' ଚଲାଇବୁ। ଆପଣ ସମସ୍ତଙ୍କ ଜୀବନରେ ସୁଖ ଫେରାଇ ଆଣିବୁ। ।ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଢାଳୁଛନ୍ତି। ପ୍ରକୃତ କଥା ହେଉଛି ଏହି ଲୋକମାନେ ଗତ ୧୦ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଦାୟୀ।

ଅଧିକପଢ଼ନ୍ତୁ:https://sambad.in/india-and-beyond/stone-placed-on-the-railway-track-in-ballia-7147031

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe