ନିଜ ଦଳର ସରକାରଙ୍କ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖର୍ଗେ

Advertisment

ନିଜ ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ । ସିଧା ସିଧା ସରକାରକୁ ଶୁଣେଇବା ସହ ଖର୍ଗେ କହିଛନ୍ତି, ‘‘ଯେତିକି ଦେଇପାରିବେ, ସେତିକିର ଗ୍ୟାରେଣ୍ଟି ଦିଅନ୍ତୁ।’’

ନିଜ ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ । ସିଧା ସିଧା ସରକାରକୁ ଶୁଣେଇବା ସହ ଖର୍ଗେ କହିଛନ୍ତି, ‘‘ଯେତିକି ଦେଇପାରିବେ, ସେତିକିର ଗ୍ୟାରେଣ୍ଟି ଦିଅନ୍ତୁ।’’

 X

ବେଙ୍ଗାଲୁରୁ: ଆର୍ଥିକ ସଙ୍କଟ ଭିତରେ କର୍ଣ୍ଣାଟକ ସରକାର । ଆଉ ଏହାରି ଭିତରେ ନିଜ ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ । ସିଧା ସିଧା ସରକାରକୁ ଶୁଣେଇବା ସହ ଖର୍ଗେ କହିଛନ୍ତି, ‘‘ଯେତିକି ଦେଇପାରିବେ, ସେତିକିର ଗ୍ୟାରେଣ୍ଟି ଦିଅନ୍ତୁ । ନଚେତ୍ ସରକାର ଦେବାଳିଆ ହେଇଯିବ।’’

ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସର ଘୋଷଣାପତ୍ରକୁ ନେଇ ଆଲୋଚନା କରୁଥିଲେ । ଯେଉଁଥିରେ ସେ କର୍ଣ୍ଣାଟକରେ ୫ ଗ୍ୟାରେଣ୍ଟି କଥା ଉଠାଇଥିଲେ । ସେ ଦଳର ନେତାଙ୍କୁ କହିଥିଲେ ଯେ, ଆପଣ ନିର୍ବାଚନ ସମୟରେ ୫ ଗ୍ୟାରେଣ୍ଟିର କଥା କହିଥିଲେ, ହେଲେ ଏବେ କିନ୍ତୁ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ବଜେଟ୍ ଅନୁସାରେ ଗ୍ୟାରେଣ୍ଟି ଦେବାକୁ ନିଜ ଦଳର ନେତାଙ୍କୁ କହିଛନ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖର୍ଗେ।

ନିଜ ଦଳର ନେତାଙ୍କୁ ଚେତାଇ ଖର୍ଗେ କହିଛନ୍ତି, ଯଦି ଆପଣ ବଜେଟ ଉପରେ ବିଚାର ନକରି ପ୍ରତିଶ୍ରୁତି ଦେବେ, ତେବେ ସରକାର ଦେବାଳିଆ ହେଇଯିବ । ସଡକ ଉପରେ ବାଲି ପକାଇବାକୁ ବି ପଇସା ପାଇବନି । ତେଣୁ ଏ ସରକାର ଯଦି ଅସଫଳ ହେବ, ତେବେ ଏହାର ପ୍ରଭାବ ଆଗାମୀ ପୀଢି ଉପରେ ପଡିବ । ଏଥିସହ ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ, ତେଣୁ ବଜେଟକୁ ଆଖି ଆଗରେ ରଖି ପ୍ରତିଶ୍ରୁତି ଦେବାକୁ କହିଥିଲେ ଖର୍ଗେ।

ସୂଚନାଯୋଗ୍ୟ ଯେ, ଏଥର କର୍ଣ୍ଣାଟକ ନିର୍ବାଚନ ବେଳେ କଂଗ୍ରେସ ୫ଟି ବଡ ଗ୍ୟାରେଣ୍ଟି ଦେଇଥିଲା । ଯେଉଁଥିରେ ଗୃହଲକ୍ଷ୍ମୀ ଯୋଜନା ସହ ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା, ବେରୋଜଗାର ଗ୍ରାଜୁଏଟଙ୍କୁ ଟଙ୍କା ଦେବାକୁ ଘୋଷଣା କରିଥିଲା କଂଗ୍ରେସ । ହେଲେ ଏବେ କିନ୍ତୁ ସେହି ପ୍ରତିଶ୍ରୁତି ଭିତରୁ ଗୋଟିଏ ପ୍ରତିଶ୍ରୁତିକୁ ରଦ୍ଦ କରିବାକୁ ଦଳ ଚିନ୍ତା କରୁଛି । ଯାହାକୁ ନେଇ ନିଜ ଦଳ ଉପରେ ଖପ୍ପା ହେଇଛନ୍ତି ଖର୍ଗେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe