କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

Advertisment
କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

Image Courtesy of India Today

ନୂଆଦିଲ୍ଲୀ: ଆଜି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ‘ଏଆଇସିସି’ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ୮୦ ବର୍ଷିୟ ଖଡ଼ଗେଙ୍କୁ ‘ସାର୍ଟିଫିକେଟ୍‌’ ପ୍ରଦାନ କରିଛନ୍ତି।

ପ୍ରାୟ ୨୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରିବାରେ ଖଡ଼ଗେ ହେଉଛନ୍ତି ପ୍ରଥମ ଅଣ-ଗାନ୍ଧୀ। କଂଗ୍ରେସ ମୁଖ୍ୟରୂପେ ତାଙ୍କର ପ୍ରଥମ ଅଭିଭାଷଣରେ ଖଡ଼ଗେ ଦଳର ନିର୍ବାଚନରେ ତାଙ୍କୁ ଭୋଟ୍‌ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ଦାୟିତ୍ବ ଗ୍ରହଣ କରିବା ଲାଗି ଆସିବା ଆଗରୁ ମଲ୍ଲିକାର୍ଜୁନ ଖ‌ଡ଼ଗେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

publive-image Image Courtesy of India Today

ଖଡ଼ଗେଙ୍କ ଶପଥ ଗ୍ରହଣ ଉତ୍ସବରେ ଉଦ୍‌ବୋଧନ ଦେଇ ବିଦାୟୀ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦଳର ବିଜୟ ଭାରତର ବିଜୟ ସହ ସମାନ। ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ଆନ୍ତରିକ ଅଭିନନ୍ଦନ। ଖଡ଼ଗେ ଜଣେ ଅଭିଜ୍ଞ ନେତା। କଠିନ ଶ୍ରମ ବଳରେ ସେ ସାଧାରଣ କର୍ମୀରୁ କଂଗ୍ରେସ ଅଧ୍ୟକ୍ଷ ହୋଇପାରିଛନ୍ତି। ସେ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣା। ମତେ ଖୁବ୍‌ ଆଶ୍ବସ୍ତି ଲାଗୁଛି।

କଂଗ୍ରେସର ଅବସ୍ଥାରେ ଅବନତି ଘଟୁଛି ବୋଲି କହିବାକୁ ସେ ସଙ୍କୋଚବୋଧ ନ କରି କହିଥିଲେ କି, ଅବନତି ଧାରା ବନ୍ଦ କରାଯିବା ଆବଶ୍ୟକ। ସେ କହିଛନ୍ତି, ଅତୀତରେ ମଧ୍ୟ କଂଗ୍ରେସ ଅନେକ ବଡ଼ ବଡ଼ ଆହ୍ବାନ ଓ ବିପଦର ମୁକାବିଲା କରିଛି। କିନ୍ତୁ କଂଗ୍ରେସ କଦାପି ପରାଜୟ ସ୍ବୀକାର କରିନାହିଁ। ଆମେ ସଂଗ୍ରାମ କରିବା ଓ ଭବିଷ୍ୟତରେ ବିଜୟୀ ହେବା। ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ। ସୁରୁଖୁରୁରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମ୍ପନ୍ନ କରିଥିବାରୁ ମଧୁସୂଦନ ମିସ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe