ଗୁଲାମ ନବିଙ୍କ ସ୍ଥାନରେ ରାଜ୍ୟସଭା ବିରୋଧୀଦଳ ନେତା ହେବେ ମଲ୍ଲିକାର୍ଜୁନ ଖଡ଼ଗେ

Advertisment
ଗୁଲାମ ନବିଙ୍କ ସ୍ଥାନରେ ରାଜ୍ୟସଭା ବିରୋଧୀଦଳ ନେତା ହେବେ ମଲ୍ଲିକାର୍ଜୁନ ଖଡ଼ଗେ

Image Courtesy of Telegraph India

ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ କଂଗ୍ରେସ ପତ୍ର ଲେଖିଛି।

ବିରୋଧୀଦଳ ନେତା ନିମନ୍ତେ ରାଜ୍ୟସଭାର ତିନିଜଣ ସମ୍ଭାବ୍ୟ- ଆନନ୍ଦ ଶର୍ମା, ଦିଗ୍‌ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରୁ କଂଗ୍ରେସ ଖଡ଼ଗେଙ୍କୁ ଚୟନ କରିଛି।

publive-image Image Courtesy of India Today

୭୮ ବର୍ଷିୟ କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ। ପୂର୍ବ ଏବଂ ଚଳିତ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାର ୧୦% ଜନାଦେଶ ପାଇ ନ ଥିବାରୁ କଂଗ୍ରେସ ନିମ୍ନ ସଦନରେ ବିରୋଧୀ ଦଳ ନେତା ପଦବୀ ପାଇବାରୁ ବଞ୍ଚିତ ହୋଇଛି।

ପୂର୍ବରୁ କ୍ରମାଗତ ୯ଥର ବିଧାନସଭା ଆସନରେ ବିଜୟୀ ହୋଇଥିବା ଖଡ଼ଗେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍‌ବର୍ଗା ଆସନରୁ ଉମେଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ତାଙ୍କୁ କଂଗ୍ରେସର ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଥିଲା। ଜୁନ୍‌ ୨୦୨୦ରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe