ମାଲ୍ୟା ପ୍ରତ୍ୟାର୍ପଣ: ନଭେମ୍ବର ୩ ସୁଦ୍ଧା ଜବାବ ଦାଖଲ କରିବ ଭାରତ

Advertisment
ମାଲ୍ୟା ପ୍ରତ୍ୟାର୍ପଣ: ନଭେମ୍ବର ୩ ସୁଦ୍ଧା ଜବାବ ଦାଖଲ କରିବ ଭାରତ

Photo Courtesy of TOI

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରେ ଇଂଲଣ୍ଡର ଅଦାଲତରେ ଆରମ୍ଭ ହେବାକୁ ଯାଉଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାର ଶୁଣାଣି ପୂର୍ବରୁ ନଭେମ୍ବର ୩ ତାରିଖ ସୁଦ୍ଧା ଭାରତକୁ ପ୍ରତିରକ୍ଷା ପ୍ରମାଣର ଜବାବ ଦେବାକୁ ପଡ଼ିବ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି: ଡିସେମ୍ବର ମାସରେ ପ୍ରତ୍ୟାର୍ପଣ ଶୁଣାଣି କରାଯିବ ବୋଲି ଜୁଲାଇ ୬ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମାମଲା ପରିଚାଳନା ସମୀକ୍ଷା ବୈଠକରେ ଆପାତତଃ ସ୍ଥିର କରାଯାଇଥିଲା।

publive-image Photo Courtesy of The Indian Express

ଫେବ୍ରୁଆରି ୯ ତାରିଖ, ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ହାଇ କମିସନର୍‌ଙ୍କୁ ବିଜୟ ମାଲ୍ୟାଙ୍କ ସଂକ୍ରାନ୍ତ ପ୍ରତ୍ୟାର୍ପଣ ଅନୁରୋଧ ଦାଖଲ କରାଯାଇଥିଲା। ପ୍ରତ୍ୟାର୍ପଣ ଶୁଣାଣି ନିମନ୍ତେ ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ଏପ୍ରିଲ୍‌ ୧୮ ତାରିଖ, ୨୦୧୭ ମସିହାରେ ଗିରଫ କରାଯାଇ େଓ୍ଵଷ୍ଟ୍‍ ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜାର କରାଯାଇ ସର୍ତ୍ତମୂଳକ ଜାମିନରେ ଛଡ଼ା ଯାଇଥିଲା। ସେପ୍ଟେମ୍ବର ୧୪ ତାରିଖ ଦିନ ଦ୍ୱିତୀୟ ସମୀକ୍ଷା ବୈଠକରେ ୟୁନାଇଟେଡ୍‌ କ୍ରାଉନ୍‌ ପ୍ରୋଜେକ୍ୟୁସନ୍‌ ସର୍ଭିସ୍‌ଙ୍କୁ ଭାରତ କିଛି ପ୍ରତିରକ୍ଷା ପ୍ରମାଣ ଦେଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

publive-image Photo Courtesy of News Tread

ନଭେମ୍ବର ୩, ୨୦୧୭ ସୁଦ୍ଧା ଭାରତୀୟ କର୍ତ୍ତୃପକ୍ଷଙ୍କୁ ସେହି ପ୍ରତିରକ୍ଷା ପ୍ରମାଣର ଉତ୍ତର ପଠାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
ମଦ ସମ୍ରାଟଙ୍କ ବିରୋଧରେ କଳାଧନ ପରିବର୍ତ୍ତନ କରିଥିବା ଅତିରିକ୍ତ ଆରୋପ ଅଣାଯିବାରୁ ଭାରତ ତରଫରୁ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ କ୍ରାଉନ୍‌ ପ୍ରୋଜେକ୍ୟୁସନ୍‌ ସର୍ଭିସ୍‌ ପୁନର୍ବାର ଅନ୍ୟ ଏକ ସତ୍ୟପତ୍ର ଦାଏର୍‌ କରିବାରୁ ମାଲ୍ୟାଙ୍କୁ ଅକ୍ଟୋବର ୪ ତାରିଖ ଦିନ ପୁଣି ଥରେ ଗିରଫ କରାଯାଇଥିଲା। ସେ ଯାହାହେଉ, ଜାମିନ୍‌ର ସର୍ତ୍ତାବଳୀ ଏକା ରହିବାରୁ ସନ୍ଧ୍ୟା ସୁଦ୍ଧା ମାଲ୍ୟାଙ୍କୁ ଛାଡ଼ି ଦିଆ ଯାଇଥିଲା। କୁମାର କହିଛନ୍ତି ନଭେମ୍ବର ୨୦ ତାରିଖ ଦିନ ଏକ୍‌ ପ୍ରାକ୍‌-ବିଚାର ମାମଲା ସମୀୟା କରାଯାଉଥିବାବେଳେ ଡିସେମ୍ବର ୪ ତାରିଖ ଦିନ ପ୍ରତ୍ୟାର୍ପଣ ଶୁଶାଣି ଅନୁଷ୍ଠିତ ହେବ।

ପ୍ରତ୍ୟାର୍ପଣ ପ୍ରକ୍ରିୟା ବର୍ଷେ ଲାଗି ପାରେ। ଡିସେମ୍ବର ଶୁଣାଣି ହେବ ପ୍ରଥମ ଶୁଣାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe