ମ୍ୟାମାର ଭୂକମ୍ପ: ମୃତ୍ୟୁସଂଖ୍ୟା ୨ହଜାର ଟପିଲା‌, ମସଜିଦ୍‌ ତଳେ ପୋତି ହୋଇଗଲେ ୭୦୦ ଶ୍ରଦ୍ଧାଳୁ

Advertisment

ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି।  ସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି।

ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି।  ସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି।

ffbfbfb

ନୂଆଦିଲ୍ଲୀ: ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି।  ସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି। ପାଖାପା‌ଖି ୨୭୦ ଜଣ ନିଖୋଜ ଅଛନ୍ତି।  ଅଧିକାରୀମାନେ କହିଛନ୍ତି ଯେ ଜଣେ ମହିଳାଙ୍କୁ ଏକ ହୋଟେଲର ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି। ମାଣ୍ଡଲେରେ ଗ୍ରେଟ୍‌ ୱାଲ ହୋଟେଲର ଭଗ୍ନାବଶେଷ ତଳୁ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ମାଣ୍ଡଲେ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଅବସ୍ଥିତ ବାଂଲାଦେଶର ଦ୍ବିତୀୟ ବୃହତ୍‌ ସହର। ତେଣୁ ୩ ଦିନ ପରେ ବି କିଛି ଲୋକ ଜୀବିତ ଥିବା ନେଇ ଆଶା ରହିଛି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଅଧିକ ତ୍ବରାନ୍ବିତ କରିଛନ୍ତି।  ସ୍ପ୍ରିଙ୍ଗ ରିଭୋଲ୍ୟୁସନ୍‌ ମ୍ୟାମାର ମୁସଲିମ ନେଟୱର୍କର ଜଣେ ଷ୍ଟିୟରିଂ କମିଟି ସଦସ୍ୟ କହିଛନ୍ତି ଯେ ରମଜାନ ମଧ୍ୟରେ ଗତ ଶୁକ୍ରବାର ଦିନ ପ୍ରାର୍ଥନା ଚାଲିଥିବା ସମୟରେ ଭୂକମ୍ପ ଯୋଗୁଁ ମସଜିଦ ଭୁଶୁଡ଼ି ପଡ଼ିବାରୁ ୭୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।  

ଅନ୍ୟପକ୍ଷେ ଥାଇଲାଣ୍ଡ୍‌ରେ ଭୂକମ୍ପ ମୃତ୍ୟୁସଂଖ୍ୟା ୧୮ରେ ରହିଛି।  ୩ ଦିନ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ଅଧିକ ମୃତଦେହ ମିଳିବା ନେଇ ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ସମେତ ଅନେକ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ଅନୁଷ୍ଠାନ ମ୍ୟାମାରକୁ ସହଯୋଗର ହାତ ବଢ଼ାଇଛନ୍ତି।  ମ୍ୟାମରରେ ୨୦୨୧ରୁ ‌ସାମରିକ ଶାସନ ଆରମ୍ଭ ହେବାପରଠାରୁ ଲୋକମାନଙ୍କର ବିପତ୍ତି ବଢ଼ିଯାଇଛି। ଏଠାରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି। ଏହି ସମୟରେ ପୁଣି ଭୂକମ୍ପ ଲୋକଙ୍କ ଦୁଃଖକୁ ବହୁଗୁଣିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe