କୋଲକାତା, : ୨୦୧୯ ନିର୍ବାଚନ ପାଇଁ ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକ ମେଳି ବାନ୍ଧୁଥିବା ବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଲାଗି ରହିିଥିବା ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଜି ତୃଣମୂଳ ବୈଠକରେ ନିଜ ମନ୍ତବ୍ୟ ରଖି ମମତା କଂଗ୍ରେସ, ବରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। କଂଗ୍ରେସ ଦିଲ୍ଲୀରେ ବିଜେପିକୁ ବିରୋଧ କରୁଥିଲେ ମଧ୍ୟ ରାଜ୍ୟରେ ବିଜେପି ନିକଟରେ ସମର୍ପଣ ମୁଦ୍ରାରେ ରହିଛି ବୋଲି ମମତା କହିଛନ୍ତି। କଂଗ୍ରେସର ନୀତି ନିୟମ ଗାଏବ ହୋଇଯାଇଛି ବୋଲି ସେ କହିଛନ୍ତି।
କଂଗ୍ରେସ ଉପରେ ଗର୍ଜିଲେ ମମତା
Advertisment
Follow Us