‘ସଂଖ୍ୟାଲଘୁ ଉଗ୍ରବାଦ’ ବୟାନ, ମମତା-ଅୱେସି ମୁହାଁମୁହିଁ

‘ସଂଖ୍ୟାଲଘୁ ଉଗ୍ରବାଦ’ ବୟାନ, ମମତା-ଅୱେସି ମୁହାଁମୁହିଁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ ଉଗ୍ରବାଦ’ ବୟାନ ପାଇଁ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ୍‌ ଅୱେସି ଆଜି ମମତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଅୱେସି କହିଛନ୍ତି, ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ମମତା ପଶ୍ଚିମବଙ୍ଗ ମୁସଲିମ୍‌ମାନଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ‌ଯେ ତାଙ୍କ ଦଳ ଏବେ ରାଜ୍ୟରେ ଭୟ ସୃଷ୍ଟିକାରୀ ସଂଗଠନରେ ପରିଣତ ହୋଇଛି। ଦିଦିଙ୍କ ଏଭଳି ଟିପ୍ପଣୀ ତାଙ୍କର ଭୟ ଏବଂ ହତାଶାଭାବର ପରିପ୍ରକାଶ କରୁଛନ୍ତି। ଅୱେସି କହିଛନ୍ତି, ଦିଦି ଯଦି ହାଇଦ୍ରାବାଦରୁ ଆମ ପାଇଁ ଏତେ ଚିନ୍ତିତ ତେବେ ବିଜେପି କେମିତି ଲୋକସଭା ନିର୍ବାଚନରେ ୪୨ରୁ ୧୮ଟି ଆସନରେ ଜିତିଲା ତାହା ସେ ନିଶ୍ଚିତ କହିବା ଉଚିତ। ଉଲ୍ଲେଖଯୋଗ୍ୟ ମମତା ଗତାକଲି କୁଚ୍‌ବିହାରରେ ଏକ ରୢାଲିରେ କହିଥିଲେ. ସଂଖ୍ୟାଲଘୁଙ୍କ ମଧ୍ୟରେ କିଛି ଉଗ୍ରବାଦୀ ଅଛନ୍ତି। ସେମାନେ ହାଇଦ୍ରାବାଦର । ସେମାନଙ୍କୁ ଆଦୌ ବିଶ୍ବାସ କରନାହିଁ କି ସେମାନଙ୍କ କଥା ଶୁଣନାହିଁ ବୋଲି ମମତା କହିଥିଲେ। ରୢାଲିରେ ମମତା ଅୱେସିଙ୍କ ନାମ ନ‌ନେଇ ଏଭଳି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe