୧୮ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର, ଓଡ଼ିଶାରୁ ମମତା ଓ ପଙ୍କଜ

Advertisment
୧୮ଶିଶୁଙ୍କୁ  ଜାତୀୟ ସାହସିକତା ପୁରସ୍କାର, ଓଡ଼ିଶାରୁ ମମତା ଓ ପଙ୍କଜ

ନୂଅାଦିଲ୍ଲୀ :  ଆଜି କେନ୍ଦ୍ର ସରକାର ଦେଶର ୧୮ ଜଣଙ୍କୁ ଜାତୀୟ  ସାହସିକତା ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ବାଳିକା ଥିବା ବେଳେ ୧୧ ଜଣ ବାଳକ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ୧୮ ଜଣଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ବାଳକବାଳିକା ଅଛନ୍ତି। ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଅପୂର୍ବ ସାହସିକତା ଦେଖାଇ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ବାଙ୍କୁଆଳ ଗ୍ରାମର ୭ ବର୍ଷର ବାଳିକା ମମତା ଦଳେଇ ଓ ବୈତରଣୀ ନଦୀରେ ବନ୍ୟାରେ ଭାସି ଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିବା କେଉଁଝର ଜିଲ୍ଲାର ୧୪ ବର୍ଷର ବାଳକ ପଙ୍କଜ କୁମାର ମହାନ୍ତଙ୍କୁ ଏହି ସାହସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଆଜି ଜାତୀୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।

ସାହସିକତାର ସ୍ୱୀକୃତି ସ୍ୱରୁପ ସମସ୍ତଙ୍କୁ ମେଡ଼ାଲ ସହିତ ୪୦ ହଜାର ଟଙ୍କା ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖ ଦିନ ପୁରସ୍କୃତ କରିବେ। ସେହିପରି ଦେଶର ଏହି ବୀର ସାହାସୀ ସନ୍ତାନସନ୍ତତିମାନେ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe