ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଶରଣାର୍ଥୀଙ୍କ ଲାଗି ଜମି ପଟ୍ଟା ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଶରଣାର୍ଥୀଙ୍କ ଲାଗି ଜମି ପଟ୍ଟା ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Image Courtesy of New Indian Express

କୋଲ୍‌କାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ବାସ କରୁଥିବା ୨୫, ୦୦୦ ଶରଣାର୍ଥୀ ପରିବାରକୁ ଜମି ପଟ୍ଟା ମଞ୍ଜୁର କରିଛନ୍ତି। ସମୁଦାୟ ୧.୨୫ ଲକ୍ଷ ପରିବାରକୁ ଜମିପଟ୍ଟା ମିଳିବ। ସେ କହିଛନ୍ତି ଯେ, ବର୍ଷେ ପୂର୍ବେ କରାଯାଇଥିବା ଘୋଷଣା ଅନୁସାରେ, ଏହି ଜମି ପଟ୍ଟା ବିନା କୌଣସି ସର୍ତ୍ତରେ ଦିଆଯିବ।

ଔପଚାରିକ ଭାବେ ଆଜି ଶରଣାର୍ଥୀମାନଙ୍କୁ ପଟ୍ଟା ପ୍ରଦାନ କରିବା ସମୟରେ ଉପସ୍ଥିତ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିନିଧିମାନଙ୍କ ମଧ୍ୟରୁ ଅନେକ ଥିଲେ ପଛୁଆବର୍ଗ ସମ୍ପ୍ରଦାୟର। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମତୁଆ ଡେଭ୍‌ଲପ୍‌ମେଣ୍ଟ୍‌ ବୋର୍ଡ ନିମନ୍ତେ ୧୦ କୋଟି ଟଙ୍କା ଏବଂ ନାମଶୁଦ୍ର ଡେଭ୍‌ଲପ୍‌ମେଣ୍ଟ୍‌ ବୋର୍ଡ ନିମନ୍ତେ ୫‌ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

publive-image Image Courtesy of Zee News

ରାଜ୍ୟ ସଚିବାଳୟ ‘ନବାନ୍ନ’ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମମତା ବାନାର୍ଜୀ କହିଲେ, ରାଜ୍ୟର ସମସ୍ତ ଶରଣାର୍ଥୀ କଲୋନିକୁ ଆମେ ସ୍ବୀକୃତି ଦେଇଛୁ ଏବଂ ସମସ୍ତ କେନ୍ଦ୍ରୀୟ ଏବଂ ଘରୋଇ କଲୋନିଗୁଡ଼ିକୁ ସ୍ବୀକୃତି ଦେବାକୁ ଉଦ୍ୟମ କରୁଛୁ। ଆମେ ସମୁଦାୟ ୧, ୨୫, ୦୦୦ ପଟ୍ଟା ପ୍ରଦାନ କରିବୁ। ଆଜି ଆମେ ୨୫, ୦୦୦ ପଟ୍ଟା ପ୍ରଦାନ କରୁଛୁ।

ସେ ପୁଣି କହିଲେ, ଏହି ଲୋକମାନେ ଭାରତର ନାଗରିକ ବୋଲି ଆମେ ଭରସା ଦେଇଛୁ। ଅଧିକାଂଶ ଶରଣାର୍ଥୀ ଥିବା ମତୁଆମାନଙ୍କର ଏହା ଥିଲା ଦୀର୍ଘ ଦିନର ଦାବି। ଶରଣାର୍ଥୀ କଲୋନିରେ ବାସ କରୁଥିବା ସବୁ ଲୋକ ପର୍ଯ୍ୟାୟକ୍ରମେ ପଟ୍ଟା ପାଇବେ। ସାର୍ଟିଫିକେଟ୍‌ ଏବଂ ଦଲିଲପତ୍ର ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେବେନାହିଁ ବୋଲି ଆମେ ସୁନିଶ୍ଚିତ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe