ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ ପଚାରିଲେ ମମତା 'ମୋ ହତ୍ୟା ପାଇଁ ଷଡଯନ୍ତ୍ର ହେଉଛି କି'?

Advertisment
ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ ପଚାରିଲେ ମମତା 'ମୋ ହତ୍ୟା ପାଇଁ ଷଡଯନ୍ତ୍ର ହେଉଛି କି'?

photo-aajtak

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ନିର୍ବାଚନ ଆୟୋଗ ଓ ବିଜେପି ଉପରେ ବର୍ଷିଛନ୍ତି | ବାଙ୍କୁଡ଼ାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ନିର୍ବାଚନ ଆୟୋଗ ଅମିତ ଶାହା ଚଳାଉଛନ୍ତି କି? ତାଙ୍କ(ଅମିତ ଶାହା)ଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛି କି? ସେ କହିଛନ୍ତି ଯେ ବିଜେପି ମୋ ହତ୍ୟା ପାଇଁ ଷଡଯନ୍ତ୍ର କରୁଛି କି ? ନିର୍ବାଚନ ଆୟୋଗ ମୋର ସୁରକ୍ଷାକର୍ମୀଙ୍କୁ ହଟାଇଦେଇଛନ୍ତି |

ମମତା କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଦେଶ ଚଳାଇବେ ନା ପଶ୍ଚିମବଙ୍ଗରେ ମୋତେ ହଇରାଣ କରିବା ପାଇଁ ଷଡଯନ୍ତ୍ର କରିବେ | ସୂଚନା ମୁତାବକ ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହେବା ପରେ ନିର୍ବାଚନ ଆୟୋଗ ତାଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟ ଓ ପୂର୍ବ ମେଦିନୀପୁର ପୁଲିସ ଅଧିକ୍ଷକ ପ୍ରବୀଣ ପ୍ରକାଶଙ୍କୁ ମାର୍ଚ୍ଚ ୧୪ରେ ନିଲମ୍ବିତ କରିଛନ୍ତି | ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ଆହତ ହୋଇଥିଲେ |

ଆଉ ନିର୍ବାଚନ ଆୟୋଗ କହିଥିଲେ ଯେ ଷ୍ଟାର ପ୍ରଚାରକ ହେବା ସତ୍ତ୍ୱେ ମମତା ବାନାର୍ଜୀ ବୁଲେଟ ପ୍ରୁଫ ଗାଡି ବ୍ୟବହାର କରୁନଥିଲେ ଆଉ ତାଙ୍କ ସୁରକ୍ଷା କରୁଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି | ଯେହେତୁ ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ମମତା ଆହତ ହୋଇଥିଲେ ତେଣୁ ତାଙ୍କୁ ହଟାଇଦିଆଯାଇଥିଲା | ତେବେ ମମତା ଦୁର୍ଘଟଣାକୁ ଆକ୍ରମଣ ବୋଲି କହିଥିଲେ ବି ନିର୍ବାଚନ ଆୟୋଗ ଏହାକୁ ସ୍ୱୀକାର କରିନଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe