ଲାଞ୍ଚ ମାମଲାରେ ୨ମନ୍ତ୍ରୀ ଗିରଫ ହେବା ପରେ ରାଗି ଯାଇ ‘ସିବିଆଇ’ ଅଫିସ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ଲାଞ୍ଚ ମାମଲାରେ ୨ମନ୍ତ୍ରୀ ଗିରଫ ହେବା ପରେ ରାଗି ଯାଇ ‘ସିବିଆଇ’ ଅଫିସ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲ୍‌କାତା: ‘ନାରଦ ଲାଞ୍ଚ ମାମଲା’ରେ ଦୁଇଜଣ ମନ୍ତ୍ରୀ- ଫିର୍‌ହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ ଗିରଫ ହେବା ପରେ କ୍ରୋଧାନ୍ବିତା ‌ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

‘ସିବିଆଇ’ ଟିମ୍‌ ଆଜି ସକାଳେ ହଠାତ୍‌ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଛି।

ଚଢ଼ାଉ ଓ ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍‌ ବାହାରେ ରୁଣ୍ଡ ହୋଇଥିବା ବେଳେ ସ୍ବଂୟ ମୁଖ୍ୟମନ୍ତ୍ରୀ ଗାଡ଼ିରେ ଯାଇ ସେଠାରେ ପହଞ୍ଚିଥିଲେ।

publive-image Image Courtesy of India Today

ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଆଡ୍‌ଭୋକେଟ୍‌ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସ୍‌ରେ ପହଞ୍ଚିଥିଲେ। କଲ୍ୟାଣଙ୍କ କହିବା ଅନୁସାରେ, ତାଙ୍କ ମନ୍ତ୍ରୀମାନଙ୍କୁ ଅଟକ ରଖିବା ବେଆଇନ୍ ବୋଲି କହିବା ସହ ତାଙ୍କୁ (ମମତା) ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ‘ସିବିଆ୍ଇ’କୁ ଚାଲେଞ୍ଜ୍ କରି କରିଛନ୍ତି। ତାଙ୍କୁ ଗିରଫ କରା ନ ଗଲେ ସେ ‘ସିବିଆଇ’ ଅଫିସ୍‌ରୁ ଘୁଞ୍ଚିବେ ନାହିଁ ବୋଲି କହିଛନ୍ତି।

publive-image Image Courtesy of India Today

ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ବିଧାୟକଙ୍କୁ ଗିରଫ କରାଯିବା ପୂର୍ବରୁ ବାଚସ୍ପତିଙ୍କୁ ଖବର ଦିଆଯିବା ସହ ତାଙ୍କ ଅନୁମତି ଲୋଡ଼ାଯିବା କଥା। ଏ କ୍ଷେତ୍ରରେ ତାହା କରାଯାଇ ନାହିଁ।

ସଦ୍ୟତମ ସୂଚନା ଅନୁସାରେ, ‘ନାରଦ ମାମଲା’ରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ‘ସିବିଆଇ’ ଟିମ୍‌ ବଙ୍କଶାଳ ଅଦାଲତରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe