Maharashtra Times
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଜେପି ସରକାର ବିରୋଧରେ ସମାଲୋଚନା ଜାରି ରଖିଛନ୍ତି। ମମତା ଆଜି କୋଲକାତାରେ ଏକ ରୢାଲିରେ ଉଦ୍ବୋଧନ ଦେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ ଦେଶର ଗୃହ ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ଦେଶ ହିତରେ ପଦକ୍ଷେପ ନେଉନାହାନ୍ତି ଏବଂ ଦେଶର ସର୍ବନାଶ କରୁଛନ୍ତି ବୋଲି ମମତା କହିଛନ୍ତି। କେନ୍ଦ୍ର ସରକାରଙ୍କ ‘ସବ୍କା ସାଥ୍ ସବ୍କା ବିକାଶ’ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଦେଶରେ ବିଭେଦ ଓ ବିଭାଜନ ସୃଷ୍ଟି କରି ନିଆଁ ଲଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କୁ ଚ୍ୟାଲେଂଜ କରି ମମତା କହିଛନ୍ତି, ସିଏଏ ଏବଂ ଏନ୍ଆରସିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ, ନଚେତ୍ ଏହା ପଶ୍ଚିମବଙ୍ଗରେ କିଭଳି କାର୍ଯ୍ୟକାରୀ ହେବ ମୁଁ ଦେଖିବି। ବିଜେପି ସାରା ଦେଶକୁ ଏକ ଅଟକ କେନ୍ଦ୍ରରେ ପରିଣତ କରିବାକୁ ଚାହୁଛି, କିନ୍ତୁ ଏଭଳି ହେବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି।
ପଶ୍ଚିମବଙ୍ଗରେ ୨ ବିଜେପି ସାଂସଦ ଅଟକ
କୋଲକାତା : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ହୋଇଥିବା ଆନ୍ଦୋଳନ ଓ ହିଂସା ଯୋଗୁଁ ଏକ ରେଳ ଷ୍ଟେସନ୍ ଭଙ୍ଗା ରୁଜା ହୋଇଥିଲା। ଦୁଇଜଣ ବିଜେପି ସାଂସଦ ନିଶିଥ ପ୍ରାମାଣିକ ଏବଂ ଖଗେନ ମୁର୍ମୁ ଆଜି ସ୍ଥିତି ଆକଳନ ପାଇଁ ଉକ୍ତ ରେଳ ଷ୍ଟେସନ୍ ଯାଉଥିବା ବେଳେ ମାଲ୍ଦା ଜିଲ୍ଲାରେ ସେମାନଙ୍କୁ ଅଟକ ରଖାଯାଇଛି। ସେମାନେ ଭାଲୁକା ରୋଡ୍ ଷ୍ଟେସନ୍ ଅଭିମୁଖେ ଯାଉଥିଲେ, କିନ୍ତୁ କୌଣସି ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ନେଇ ପୁଲିସ ସେମାନଙ୍କୁ ଅଟକ ରଖିଛି। ଉକ୍ତ ଦୁଇ ବିଜେପି ସାଂସଦଙ୍କ ସମେତ ଏକ ବିଜେପି ପ୍ରତିନିଧି ଦଳ ଆଜି ହିଂସା ପ୍ରବଣ ମାଲଦା ଏବଂ ମୁର୍ଶିଦାବାଦ୍ ଜିଲ୍ଲା ଗସ୍ତରେ ଯାଇଥିବାବେଳେ ସେମାନଙ୍କୁ ପୁଲିସ ଅଟକ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
Follow Us