ଜେଜେବାପା ହେଲେ ଲାଲୁ; ଶୁଭେଚ୍ଛା ଜଣାଇବାକୁ ହସ୍ପିଟାଲରେ ପହଞ୍ଚିଲେ ମମତା

ଲାଲୁଙ୍କ ସାନ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତାଙ୍କର ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି।  ଏଭଳି ଖୁସିର ମୁହୂର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ତେଜସ୍ୱୀ ଯାଦବଙ୍କୁ ତଥା ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। 

we

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ଜେଜେବାପା ହୋଇଛନ୍ତି। ଲାଲୁଙ୍କ ସାନ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତାଙ୍କର ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି। 

ଯାଦବ ପରିବାରର ଏଭଳି ଖୁସିର ମୁହୂର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ତେଜସ୍ୱୀ ଯାଦବଙ୍କୁ ତଥା ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। 

ମମତା ଯାଦବଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି, "ତେଜସ୍ୱୀ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କ ଘରେ ଏକ ସୁନ୍ଦର ସନ୍ତାନର ଆଗମନର ଆନନ୍ଦରେ ସାମିଲ ହୋଇ ମୁଁ ବହୁତ ଖୁସି। ଲାଲୁ ଜି ଏବଂ ସମଗ୍ର ପରିବାରକୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଆଶୀର୍ବାଦ।

ଆଜି ଯାଦବଙ୍କ ପରିବାକୁ ଭେଟି ମୁଁ ବହୁତ ଖୁସି। ମାଆ ଏବଂ ପିଲା ଉଭୟଙ୍କୁ ସୁସ୍ଥ ଦେଖି ଖୁସି ଲାଗିଲା। ଭଗବାନଙ୍କ ନିକଟରେ ପ୍ରାର୍ଥନା  କରୁଛି ନବଜାତଟି ପରିବାର ପାଇଁ ସୌଭାଗ୍ୟ ଏବଂ ଆଶାର ଏକ ଦୂତ ହେଉ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe