Image Courtesy of The New Indian Express
କୋଲ୍କାତା: ୨୦୧୭ରେ ଗଠିତ ପୁରୁଣା କମିଟିକୁ ଭାଙ୍ଗି ଶନିବାର ଦିନ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ୨୦ଜଣିଆ ସଦସ୍ୟବିଶିଷ୍ଟ ନୂଆ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି। ନୂଆ କମିଟରୁ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି।
ଦଳର ଅଧ୍ୟକ୍ଷା ଭାବେ ଫେବ୍ରୁଆରି ୨ ତାରିଖ ଦିନ ବାନାର୍ଜୀ ପୁନଃ ନିର୍ବାଚିତା ହୋଇଥିଲେ। ଜାତୀୟ କାର୍ଯ୍ୟକାରିଣୀ କମିଟିର ନୂଆ କାର୍ଯ୍ୟକର୍ତ୍ତାମାନଙ୍କୁ ଚୟନ କରିବା ପର୍ଯ୍ୟନ୍ତ ସେ ଥିଲେ ଜାତୀୟ ସ୍ତରରେ ଏକମାତ୍ର କାର୍ଯ୍ୟକର୍ତ୍ତ୍ରୀ।
Image Courtesy of News18ମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି, ଦଳର ଅଧ୍ୟକ୍ଷା ଭାବେ ନିର୍ବାଚିତା ହେବା ପରେ ବାନାର୍ଜୀ ଦଳକୁ ଚଳାଉଥିବା ୬ଜଣ ଦଳୀୟ ନେତାଙ୍କ ନାମ ଉଲ୍ଲେଖ କରିଥିଲେ। ଶନିବାର ଦିନ ବାନାର୍ଜୀ ଉକ୍ତ ନେତାମାନଙ୍କୁ ଭେଟି ନୂଆ କମିଟି ଗଠନ କରିଛନ୍ତି। ପରେ ବାନାର୍ଜୀ ଦଳର କାର୍ଯ୍ୟକର୍ତ୍ତାମାନଙ୍କର ନାମ ଉଲ୍ଲେଖ କରିବେ।
ନୂଆ ଜାତୀୟ କାର୍ଯ୍ୟକାରିଣୀ କମିଟିରେ ଅମିତ ମିତ୍ର, ଅଭିଷେକ ବାନାର୍ଜୀ, ଅନୁବ୍ରତ ମଣ୍ଡଳ, ଅରୂପ ବିଶ୍ବାସ, ଅସିମା ପାତ୍ର, ବୁଲୁ ଚିକ ବରୈକ୍, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ସୁବ୍ରତ ବକ୍ସି, ପାର୍ଥ ଚାଟାର୍ଜୀ, ଫରିଦ୍ ହକିମ୍, ଗୌତମ ଦେବ, ଜ୍ୟୋତିପ୍ରିୟ ମଲ୍ଲିକ୍, କାକଳୀ ଘୋଷ ଦସ୍ତିଦାର, ରାଜେଶ ତ୍ରିପାଠୀ, ଶୋଭନ ଦେବ ଚଟ୍ଟୋପାଧ୍ୟାୟ, ସୁଦୀପ ବାନାର୍ଜୀ, ସୁଖେନ୍ଦୁ ଶେଖର ରାୟ, ମଳୟ ଘଟକ ଏବଂ ଯଶ୍ବବନ୍ତ ସିହ୍ନା।
ନୂଆ କମିଟିରୁ ବାଦ ଦିଆଯାଇଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ଓ’ ବ୍ରିଏନ୍ ଏବଂ ସୌଗତ ରାୟ।
Follow Us