ବାଂଲାଦେଶ ପ୍ରସଙ୍ଗରେ ମୋଦୀ ସରକାରଙ୍କ ପଛରେ ଅଛୁ : ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଡ଼ୋଶୀ ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ଏବଂ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଛରେ ଅଛନ୍ତି ।

ବିନା ପୁଲିସ୍‌ ଅନୁମତିରେ ପଶ୍ଚିମବଙ୍ଗରେ ହେବ ନାହିଁ ମୂର୍ତ୍ତି ବିସର୍ଜନ

କୋଲକାତା: ଇସ୍କନ ସାଧୁ ଚିନ୍ମୟାନନ୍ଦ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀ ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ନରେନ୍ଦ୍ର ମୋଦୀ ସରକାର ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଡ଼ୋଶୀ ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଗୁରୁବାର ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହା ଅନ୍ୟ ଦେଶର ହୋଇଥିବାରୁ ସେ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି ବୋଲି ସେ କହିଛନ୍ତି। ମମତା ବାନାର୍ଜୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ଏବଂ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଛରେ ରହିଛୁ ।

ଇସ୍କନ୍ର ସନ୍ଥ ଚିନ୍ମୟାନନ୍ଦ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି ଯେ ସେ ତୁରନ୍ତ ନରେନ୍ଦ୍ର ମୋଦୀ ସରକାର ଏବଂ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ହସ୍ତକ୍ଷେପ ଦାବି କରିଛନ୍ତି। 

ତେବେ ଓ୍ବାକଫ ବୋର୍ଡ ପ୍ରସଙ୍ଗରେ ମମତା ମୋଦୀ ସରକାରଙ୍କୁ ବିରୋଧ କରିଛନ୍ତି । ଏହା ଧର୍ମନିରପେକ୍ଷତାର ବିରୋଧୀ ଓ ମୁସଲମାନଙ୍କ ଅଧିକାରର ହନନ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe