ଦୁଇଟି ନିର୍ବାଚନ ରାଲି ବାତିଲ କଲେ ମମତା ବାନାର୍ଜୀ, ଚତୁର୍ଥ ଦିନ କୁଚ୍‌ ବିହାର ଗସ୍ତ କରିବେ

ଦୁଇଟି ନିର୍ବାଚନ ରାଲି ବାତିଲ କଲେ ମମତା ବାନାର୍ଜୀ, ଚତୁର୍ଥ ଦିନ କୁଚ୍‌ ବିହାର ଗସ୍ତ କରିବେ

Image Courtesy of Zee News

କୋଲ୍‌କାତା: ଆଜି ଜଳପାଇଗୁଡ଼ିରେ ହେବାକୁ ଥିବା ଦୁଇଟି ନିର୍ବାଚନୀ ରାଲିକୁ ବାତିଲ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣା ସମୀକ୍ଷା କରିବା ଲାଗି ସେ ‘ଚତୁର୍ଥ ଦିବସ’ରେ କୁଚ୍‌ ବିହାର ଗସ୍ତ କରିବେ।

ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିବା ଆଶଙ୍କା କରି ନିର୍ବାଚନ କମିସନ୍‌ ଆସନ୍ତା ୭୨ ଘଣ୍ଟା ନିମନ୍ତେ କୁଚ୍‌ ବିହାରକୁ ରାଜନୈତିକ ନେତାଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛି। ଏହାଛଡ଼ା, ପରବର୍ତ୍ତି ୪ଟି ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଅତିରିକ୍ତ ୭୧ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମୁତୟନ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛି।

publive-image Image Courtesy of News18

୪ଜଣ ଭୋଟର୍‌ ପ୍ରାଣ ହରାଇଥିବା ଏହି ଗୁଳିକାଣ୍ଡ ‘ଆତ୍ମରକ୍ଷା ନିମନ୍ତେ’ କରାଯାଇଥିଲା ବୋଲି କେନ୍ଦ୍ରୀୟ ବଳ କହୁଥିବା କଥାକୁ ମମତା ବାନାର୍ଜୀ ସନ୍ଦେହ କରୁଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର ‘ସିଆଇଡି’ ତଦନ୍ତ ଆରମ୍ଭ କରିବ ବୋଲି ସେ କହିଛନ୍ତି।

ଆଜି ସକାଳେ ମଠଭଙ୍ଗା ହସ୍ପିଟାଲ୍‌ ପରିଦର୍ଶନ କରିବେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, କେଉଁ ପରିସ୍ଥିତିରେ ଏ ଭଳି ଘଟଣା ଘଟିଲା ତାହା ଜାଣିବା ଲାଗି ‘ସିଆଇଡି’ ତଦନ୍ତ ଆରମ୍ଭ କରାଯିବ।

ଏହାଛଡ଼ା, ଟୁଇଟ୍‌ କରି ସେ ଲେଖିଛନ୍ତି, ‘ମଡେଲ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌’କୁ ନିର୍ବାଚନ କମିସନ୍‌ ‘ମୋଦୀ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ ଭାବେ ନାମିତ କରିବା ଉଚିତ!

ବିଜେପି ତା’ର ସମସ୍ତ ସାମର୍ଥ୍ୟ ଖଟାଇ ପାରେ, କିନ୍ତୁ ଆପଣାର ଲୋକମାନଙ୍କୁ ଭେଟି ସେମାନଙ୍କ କଷ୍ଟରେ ଭାଗୀ ହେବାକୁ ଦୁନିଆର କୌଣସି ଶକ୍ତି ମତେ ଅଟକାଇ ପାରିବ ନାହିଁ।

କୁଚ୍‌ ବିହାରର ଭାଇଭଉଣୀମାନଙ୍କୁ ଭେଟିବାରୁ ସେମାନେ ମୋ ଉପରେ ତିନି ଦିନ କଟକଣା ଜାରି କରି ପାରନ୍ତି, କିନ୍ତୁ ଚତୁର୍ଥ ଦିନ ମୁଁ ସେଠାରେ ଥିବି!

ସେହିଭଳି ୪୮ ଘଣ୍ଟା ପାଇଁ ଜାରି କରାଯାଇଥିବା ‘ସାଇଲେନ୍‌ସ୍‌ ପିରିୟଡ୍‌’କୁ ମଧ୍ୟ ୭୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ, ପରବର୍ତ୍ତୀ ପର୍ଯ୍ୟାୟରେ ଥିବା ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନେ ଭୋଟ୍‌ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିବା ବନ୍ଦ କରିବେ। ପୂର୍ବରୁ ଏହା ୪୮ ଘଣ୍ଟା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe