ମମତା ବାନାର୍ଜୀ ହେଉଛନ୍ତି ‘ଆର୍‌ଏସ୍‌ଏସ୍‌’ର ଦୁର୍ଗା: ବାମପନ୍ଥୀ ନେତା

Advertisment
ମମତା ବାନାର୍ଜୀ ହେଉଛନ୍ତି ‘ଆର୍‌ଏସ୍‌ଏସ୍‌’ର ଦୁର୍ଗା: ବାମପନ୍ଥୀ ନେତା

କୋଲ୍‌କାତା: ‘ଆର୍‌ଏସ୍‌ଏସ୍‌’ରେ ଥିବା ସମସ୍ତ ସଦସ୍ୟ ମନ୍ଦ ନୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ‘ବିଜେପି’କୁ ସମର୍ଥନ କରନ୍ତି ନାହିଁ ବୋଲି ବୁଧବାର ଦିନ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ସାମାନ୍ୟ ଟିପ୍ପଣି ଯୋଗୁଁ ରାଜନୈତିକ ବାଦବିସମ୍ବାଦ ଆରମ୍ଭ ହୋଇଛି।

କଂଗ୍ରେସ, ‘ଏଆଇଏମ୍‌ଆଇଏମ୍‌’, ‘ବିଜେପି’ ଏବଂ ବାମ ଦଳ ସବୁ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଧର୍ମନିରପେକ୍ଷତା ଉପରେ ସନ୍ଦେହ କରି ତୀବ୍ର ସମାଲୋଚନା କରିଛନ୍ତି। ଏକଦା ମମତା ବାନାର୍ଜୀଙ୍କୁ ‘ପରମ ମିତ୍ର’ ଏବଂ ‘ଦେବୀ ଦୁର୍ଗା’ଙ୍କ ସହିତ ତୁଳନା କରୁଥିବା ଉପରୋକ୍ତ ବିରୋଧୀ ନେତାମାନେ ଆଜି ତାଙ୍କୁ ‘ଆର୍‌ଏସ୍‌ଏସ୍‌’ର ଉତ୍ପାଦ’ ବୋଲି କହୁଛନ୍ତି।

ବିରୋଧୀଙ୍କ ସମାଲୋଚନାର ସର୍ବାଗ୍ରେ ଥିବା ବରିଷ୍ଠ ‘ସିପିଆଇ(ଏମ୍‌) ନେତା ସୁଜନ ଚକ୍ରବର୍ତ୍ତୀ ମମତାଙ୍କୁ ଜଣେ ସୁବିଧାବାଦୀ ବୋଲି କହିବା ସହ ସ୍ମରଣ କରାଇ ଦେଇଛନ୍ତି ଯେ, ମମତାଙ୍କ ସ୍ବରୂପ ବିଷୟରେ ଆମେ ପ୍ରଥମରୁ ସମସ୍ତଙ୍କୁ କହିଥିଲୁ। ଆମେ କହିଥିଲୁ ସେ ହେଉଛନ୍ତି ବଙ୍ଗର ‘ଆର୍‌ଏସ୍‌ଏସ୍‌’ ଉତ୍ପାଦ। ତାହା କ’ଣ ତାଙ୍କର ଟିପ୍ପଣୀରୁ ସ୍ପଷ୍ଟ ହୋଇନାହିଁ। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ତାଙ୍କର ସଂଗ୍ରାମ ବିଶ୍ବସନୀୟ ନୁହେଁ।

publive-image Image Courtesy of Zee News

ମହମ୍ମଦ ସଲିମ୍‌ ନାମରେ ଆଉ ଜଣେ ବରିଷ୍ଠ ‘ସିପିଆଇ(ଏମ୍‌) ’ ନେତା ସ୍ମରଣ କରି କହିଛନ୍ତି, ଏକଦା ‘ଆର୍‌ଏସ୍‌ଏସ୍‌’ର ଜେଣ ବରିଷ୍ଠ ନେତା ତାଙ୍କୁ ପରମ ମିତ୍ର ବୋଲି କହିଥିଲେ।

ମହମ୍ମଦ ସଲିମ୍‌ ନାମରେ ଜଣେ ବିରୋଧୀ ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଆର୍‌ଏସ୍‌ଏସ୍‌’ର ଦୁର୍ଗା ବୋଲି କହିଛନ୍ତି।

ମମତାଙ୍କୁ ସବୁଠୁ କଟୂ ସମାଲୋଚନା କରିଛନ୍ତି ହାଇଦ୍ରାବାଦର ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦୀନ୍‌ ଅୱେସି। ଗୁରୁବାର ଦିନ ସେ କହିଛନ୍ତି ଯେ, ୨୦୦୩ରେ ମଧ୍ୟ ବାନାର୍ଜୀ ‘ଆର୍‌ଏସ୍‌ଏସ୍‌’କୁ ଦେଶପ୍ରେମୀ କହିଥିବା ବେଳେ ସେମାନେ ତାଙ୍କୁ ‘ଦୁର୍ଗା’ ବୋଲି ସମ୍ବୋଧନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe