Image Courtesy of India Today
କୋଲ୍କାତା: ଭବାନୀପୁର ବିଧାନସଭା ଉପନିର୍ବାଚନ ଭୋଟ୍ ଗଣନାରେ ପୂର୍ବାହ୍ନ ୧୦ଟା ସୁଦ୍ଧା ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥିନୀ ମମତା ବାନାର୍ଜୀ ୩,୬୮୦ ଖଣ୍ଡ ଭୋଟ୍ରେ ଅଗ୍ରଣୀ ଥିବା କଥା ନିର୍ବାଚନ କମିସନ୍ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ବିଜେପି’ ପ୍ରାର୍ଥିନୀ ପ୍ରିୟଙ୍କା ଟିବ୍ରେୱାଲ୍ ୮୮୧ ଖଣ୍ଡ ଭୋଟ୍ ପାଇ ପଛରେ ପଡ଼ିଛନ୍ତି।
ବାଲଟ୍ ପୋଲ୍ ଗଣତି ଆରମ୍ଭ ହେବାର କିଛି ସମୟ ପରେ ମମତା ବାନାର୍ଜୀ ୨,୮୦୦ ଭୋଟ୍ରେ ଆଗୁଆ ଥିବା କଥା ଜଣାପଡ଼ିଥିଲା।
Image Courtesy of ANIସେହିପରି, ପ୍ରଥମ ପର୍ଯ୍ୟାୟ ଗଣନା ପରେ ଜଙ୍ଗିପୁର ଆସନରେ ମଧ୍ୟ ‘ତୃଣମୂଳ କଂଗ୍ରେସ’ ୪,୫୪୨ ଖଣ୍ଡ ଭୋଟ୍ରେ ଆଗୁଆ ରହିଛି। ସେଠାରେ ‘ବିଜେପି’ ୨,୮୨୫ ଭୋଟ୍ ପାଇ ଦ୍ବିତୀୟ, ୨୫୫ ଭୋଟ୍ ପାଇ ‘ଆର୍ଏସ୍ପି’ ତୃତୀୟ ସ୍ଥାନରେ ରହିଛି। ‘ପୋଷ୍ଟାଲ୍ ବାଲଟ୍’ ଗଣନା ପରେ ‘ତୃଣମୂଳ କଂଗ୍ରେସ୍’ ପ୍ରାର୍ଥୀ ଜାକିର ହୋସେନ୍ ୧,୭୧୭ ଖଣ୍ଡ ଭୋଟ୍ରେ ଆଗୁଆ ଥିଲେ।
ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନରେ ଏପର୍ଯ୍ୟନ୍ତ ‘ତୃଣମୂଳ କଂଗ୍ରେସ’ ଅଗ୍ରଣୀ ଥିବା ଜଣାପଡ଼ିଛି।
Follow Us