ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଗଲେ ମମତା ବାନାର୍ଜୀ, ଭାଇରାଲ ହେଲା ଭିଡିଓ

Advertisment
ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଗଲେ ମମତା ବାନାର୍ଜୀ, ଭାଇରାଲ ହେଲା ଭିଡିଓ

କୋଲକାତା: ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ, ପ୍ରଚାର ଶେଷ ହେବା ପରେ ହେଲିକପ୍ଟରଟି ମମତାଙ୍କୁ ଦୁର୍ଗାପୁରରୁ ଆସାନସୋଲକୁ ନେବାକୁ ଅପେକ୍ଷା କରିଥିଲା। ଏହି ସମୟରେ ଦିଦି କାରରେ ଆସି ହେଲିକପ୍ଟର ପାଖରେ ପହଞ୍ଚିଥିଲେ। କାରରୁ ବାହାରି ସେ ସିଡି ସାହାଯ୍ୟରେ ହେଲିକପ୍ଟର ଭିତରକୁ ଯିବା ପରେ ତଳେ ପଡ଼ିଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ଆହତ ହେବା ପରେ ବି ସେ ଆସାନସୋଲ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe