“ତୁମର ଦୁଃଖ ମୋର ଦୁଃଖ”...ହଠାତ୍ ଡାକ୍ତରଙ୍କ ଧର୍ମଘଟ ସ୍ଥାନରେ ପହଞ୍ଚିଲେ ମମତା

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହାକୁ କିଛି ନ କହି ଶନିବାର ଅପରାହ୍ନରେ କୋଲକାତାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କୁ ଭେଟିବା ପାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହାକୁ କିଛି ନ କହି ଶନିବାର ଅପରାହ୍ନରେ କୋଲକାତାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କୁ ଭେଟିବା ପାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ।

mamata1

କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଡାକ୍ତରଙ୍କ ବିକ୍ଷୋଭ ଜାରି ରହିଛି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଶେଷ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହାକୁ କିଛି ନ କହି ଶନିବାର ଅପରାହ୍ନରେ କୋଲକାତାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କୁ ଭେଟିବା ପାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ।  ଏହି ସମୟରେ ସେ କହିଥିଲେ ଯେ ଆମ ସରକାର ଆପଣଙ୍କ ସହିତ ଅଛି। ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ସିବିଆଇକୁ ଅନୁରୋଧ କରୁଛି ଯେ ୩ ମାସ ମଧ୍ୟରେ ଏହି ମାମଲାରେ ନ୍ୟାୟ କରନ୍ତୁ। ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆପଣଙ୍କୁ ଭେଟିବାକୁ ଆସିଛି କାରଣ ମୁଁ ଆପଣଙ୍କ ବିଷୟରେ ଚିନ୍ତିତ । ମୁଁ ମୋ ପଦକୁ ନେଇ ଚିନ୍ତିତ ନୁହେଁ। 

ମୁଖ୍ୟମନ୍ତ୍ରୀ ମମତା ଏହି ସମୟରେ ଧର୍ମଘଟରତ ଡାକ୍ତରମାନଙ୍କୁ କହିଥିଲେ ଯେ ତୁମମାନଙ୍କର ଦୁଃଖ ହେଉଛି ମୋର ଦୁଃଖ । ମୁଁ ତୁମ ସହିତ ଅଛି । ପ୍ରତିବାଦ କରିବା ଆପଣଙ୍କର ଅଧିକାର। ମୁଁ ଏଠାରେ କେବଳ ଆପଣଙ୍କ ଦୁଃଖ ବାଣ୍ଟିବାକୁ ଆସିଛି । ଆମେ ଆପଣଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ।


ମୁଖ୍ୟମନ୍ତ୍ରୀ ମମତା ଏହି ସମୟରେ ଧର୍ମଘଟରତ ଡାକ୍ତରମାନଙ୍କୁ କହିଥିଲେ ଯେ ତୁମମାନଙ୍କର ଦୁଃଖ ହେଉଛି ମୋର ଦୁଃଖ । ମୁଁ ତୁମ ସହିତ ଅଛି । ପ୍ରତିବାଦ କରିବା ଆପଣଙ୍କର ଅଧିକାର। ମୁଁ ଏଠାରେ କେବଳ ଆପଣଙ୍କ ଦୁଃଖ ବାଣ୍ଟିବାକୁ ଆସିଛି । ଆମେ ଆପଣଙ୍କ ସୁରକ୍ଷାକୁ ନେଇ ଚିନ୍ତିତ । ମୁଁ ମଧ୍ୟ ଆପଣସମସ୍ତଙ୍କ ସମସ୍ୟା ବୁଝିପାରୁଛି । ମୁଁ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଯେଉଁମାନେ ଏହି ମାମଲାରେ ଦୋଷୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ସେମାନଙ୍କୁ ଏମିତି ଛାଡି ଦିଆଯିବ ନାହିଁ । ମୁଁ ଆପଣମାନଙ୍କୁ କେବଳ ଅନୁରୋଧ କରିବାକୁ ଚାହୁଁଛି ଯେ ବର୍ତ୍ତମାନ ଆପଣଙ୍କ କାମକୁ ଫେରିଯାଆନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe