ପଶ୍ଚିମବଙ୍ଗରେ ବିଏସଏଫକୁ ପ୍ରବେଶ କରିବାକୁ ଦିଅ ନାହିଁ; ରାଜ୍ୟ ପୁଲିସକୁ ଆଦେଶ ଦେଲେ ଦିଦି

Advertisment
ପଶ୍ଚିମବଙ୍ଗରେ ବିଏସଏଫକୁ ପ୍ରବେଶ କରିବାକୁ ଦିଅ ନାହିଁ; ରାଜ୍ୟ ପୁଲିସକୁ ଆଦେଶ ଦେଲେ ଦିଦି

aajtak

କୋଲକାତା: ପୁଣି ବିଏସଏଫ ବିରୋଧୀ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦି କୁଚବିହାର ଜିଲ୍ଲାର ପୁଲିସ୍ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ, ଆପଣ ସୀମାଠାରୁ ୫୦କିଲୋମିଟର ମଧ୍ୟରେ ବିଏସ୍ଏଫକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ସେମାନେ (ବିଏସ୍ଏଫ୍) ଗାଁରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରି ବାଙ୍ଗଲାଦେଶର ଅନ୍ୟ ପାର୍ଶ୍ୱରେ ଫିଙ୍ଗି ଦେଉଛନ୍ତି। ବିଏସ୍ଏଫକୁ ଏସବୁ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ।

ମମତା କହିଛନ୍ତି ଯେ, ପଶୁ ଚୋରା ଚାଲାଣକାରୀଙ୍କ ନାଁରେ ଲୋକଙ୍କୁ ଗୁଳି ମରାଯାଉଛି ଏବଂ ସେମାନଙ୍କୁ ରାଜ୍ୟର ଅନ୍ୟ ଅଞ୍ଚଳରେ ଫିଙ୍ଗି ଦିଆଯାଉଛି। ମୃତଦେହ କିପରି ଅଦୃଶ୍ୟ ହୁଏ, ତାହା ମୁଁ ରେଳ ମନ୍ତ୍ରାଳୟରେ ରହିବା ସମୟରେ ଏପରି ଅନେକ ଘଟଣା ଦେଖିଛି। ‌ତେବେ ଏଭଳି ଆଦେଶ ଦେଇ ସୀମାରେ ବିଏସଏଫର ବ୍ୟାସାର୍ଦ୍ଧକୁ ୫୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦେଇଥିବା ନିର୍ଦ୍ଦେଶକୁ ମମତା ବାନାର୍ଜୀ ଦୃଢ଼ ବିରୋଧ କରିଛନ୍ତି।

ଏହାପୂର୍ବରୁ ଅନେକ ଥର ମମତା ବାନାର୍ଜୀ ବିଏସଏଫ ବିରୋଧରେ ବିବୃତି ଦେଇ ସାରିଛନ୍ତି। ଅତୀତରେ, ମମତା ପ୍ରଶାସନିକ ଅଧିକାରୀଙ୍କ ଏକ ବୈଠକରେ କହିଥିଲେ ଯେ ବିଏସଏଫର କାର୍ଯ୍ୟକଳାପ ଉପରେ ନଜର ରଖାଯିବା ଉଚିତ। ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ ବିଏସଏଫକୁ ନିଜ ଅଧୀନରେ ଥିବା ଅଞ୍ଚଳ ବାହାରକୁ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦିଅ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe