ସିଏଏକୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବେ ନାହିଁ ମମତା ବାନାର୍ଜୀ କିମ୍ବା ତାଙ୍କ ଦଳ ଟିଏମ୍‌ସି

Advertisment
ମମତାଙ୍କ ଉପରେ ରାଜ୍ୟପାଳ ଖପ୍ପା

Latestly

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରିବା ପାଇଁ ଆସନ୍ତା ଜାନୁାଆରି ୧୩ ତାରଖ ଦିନ ରାଜଧାନୀ ନୂଆଦିଲ୍ଲ୍‌ୀରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ବୈଠକର ଆୟୋଜନ କରାଯାଇଛି ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଯୋଗ ଦେବ ନାହିଁ ବୋଲି ଆଜି ସୁଶ୍ରୀ ବାନାର୍ଜୀ ଘୋଷଣା କରିଛନ୍ତି।

ପଶ୍ଚିିମବଙ୍ଗରେ ସିଏଏ ଓ ଜେଏନ୍‌ୟୁକୁ ନେଇ କଂଗ୍ରେସ ଓ ବାମଦଳ ଯେଉଁ ଘୃଣ୍ୟ ରାଜନୀତି ଚଳାଇଛନ୍ତି ତାହାକୁ ବିରୋଧ କରି ୧୩ ତାରିଖରେ ବିରୋଧୀ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବୈଠକରେ ସେ କିମ୍ବା ତାଙ୍କ ଦଳ ଟିଏମ୍‌ସି ଯୋଗ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଏଥିସହ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକ ପଞ୍ଚିକା (ଏନ୍‌ଆର୍‌ସି)କୁ ବିରୋଧ କରି ସେ ଯେଉଁ ଯୁଦ୍ଧ ଆରମ୍ଭ କରିଛନ୍ତି ତାହାକୁ ସେ ଓ ତାଙ୍କ ଦଳ ଏକାକୀ ଲଢ଼ିବ ବୋଲି ଏହି ଅବସରରେ ଘୋଷଣା କରିଛନ୍ତି ସୁଶ୍ରୀ ବାନାର୍ଜୀ।

ଗତ ୮ ତାରିଖରେ ଦିଆ ଯାଇଥିବା ‘ଭାରତ ବନ୍ଦ’ ଡାକରା କାଳରେ ପଶ୍ଚିମବଙ୍ଗରେ ବାମଦଳ ପକ୍ଷରୁ ଯେପରି ‘ଦାଦାଗିରି’ ଓ ‘ଗୁଣ୍ଡାରାଜ’ର ପ୍ରଦର୍ଶନ କରାଗଲା ତାହାର ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe