ବଜେଟ ୨୦୨୧: ‘କୃଷକ ବିରୋଧୀ’, ‘ଲୋକ ବିରୋଧୀ’ ଏବଂ ‘ଦେଶ ବିରୋଧୀ’: ମମତା ବାନାର୍ଜୀ

ବଜେଟ ୨୦୨୧: ‘କୃଷକ ବିରୋଧୀ’, ‘ଲୋକ ବିରୋଧୀ’ ଏବଂ ‘ଦେଶ ବିରୋଧୀ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା କେନ୍ଦ୍ରୀୟ ବଜେଟକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦୀ ସରକାରଙ୍କ ୨୦୨୧ ବଜେଟକୁ ସମାଲୋଚନା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ଏହାକୁ କୃଷକ ବିରୋଧୀ, ଲୋକ ବିରୋଧୀ ଏବଂ ଦେଶ ବିରୋଧୀ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ପ୍ରଶ୍ନ କରିଛନ୍ତି, ଏହା କି ପ୍ରକାର ବଜେଟ୍‌? ... ମୋଦୀ ସରକାରଙ୍କୁ ନିନ୍ଦା କରି ଏହାକୁ ଏହା ଏକ ନକଲି ବଜେଟ୍‌- ‘କୃଷକ ବିରୋଧୀ’, ‘ଲୋକ ବିରୋଧୀ’ ଏବଂ ‘ଦେଶ ବିରୋଧୀ’ ବଜେଟ୍‌ ବୋଲି ମମତା ବାନାର୍ଜୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଦ୍ୱାରା କୃଷକମାନେ ପ୍ରଭାବିତ ହେବେ। କେନ୍ଦ୍ର ସରକାରଙ୍କର ନିନ୍ଦା କରି ସେ କହିଛନ୍ତି, ବିଏସଏନଏଲ, ରେଳ, ଏୟାର ଇଣ୍ଡିଆ ଏବଂ ଅନ୍ୟ ସରକାରୀ ସଂସ୍ଥା ଗୁଡିକର ଘରୋଇକରଣ କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଏବେ କୌଣସି ଚାକିରୀ ସୁରକ୍ଷିତ ନୁହେଁ। ବଜେଟ ମାଧ୍ୟମରେ ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି ମୋଦୀ ସରକାର। ବଜେଟରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ମାଧ୍ୟମରେ ଭଣ୍ଡାଇବାକୁ ଅପଚେଷ୍ଟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମମତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe